ସମ୍ପର୍କ
ସମ୍ପର୍କ
ଦେହ ଦେଉଳରେ ସମ୍ପର୍କ ଦେବତା
ମନଟା ଅଟେ ପୂଜକ
ହୃଦୟର ଘରେ ସାଙ୍ଗଟା ଅଟଇ
ଜୀବନେ ଶ୍ରେଷ୍ଠ ସମ୍ପଦ.....
ସମ୍ପର୍କର ମାନ ରଖିଥାଏ ମନ
ରହିଲେ ବି ଯେତେ ଦୂରେ,
ସ୍ମୃତି ନଦୀ ତୀର ଉଛୁଳି ଉଠଇ
ଅତୀତର ଭାବନାରେ....
କଳିର ପ୍ରଭାବେ ନିଜ ଲୋକ କେତେ
ଭାବିଥାନ୍ତି ସିନା ପର
ସମ୍ପର୍କର ମାନ ବୁଝିଥାଏ ସାଙ୍ଗ
ଭେଟି ଦିଏ ଖୁସି ସମ୍ଭାର....
ସୁଖ ଦୁଃଖ ଭରା କାମନା ସବୁ ଯେ
ମଣିଷର ଅନ୍ତରଙ୍ଗ
ସେଥିପାଇଁ ପରା ଏ ମାୟା ସଂସାରେ
ସାଙ୍ଗ ହିଁ ମଣିଷ ଅଙ୍ଗ .....