STORYMIRROR

Saphala Das

Drama Tragedy

3  

Saphala Das

Drama Tragedy

ସମ୍ପର୍କ

ସମ୍ପର୍କ

1 min
173


ତୁମ ଅନ୍ତରଂଗ ଆଳାପ ଟିକକ

   ଖୋଜୁଥାଏ ଏହି ମନ

ଖୁସି ଟିକେ ଦେଇ ଦୁଃଖ ଠେଲି ଦିଏ

   ଚିହ୍ନାଏ ଆପଣା ଜନ ।।


ସୁନ୍ଦର ହୃଦୟ ସ୍ନେହ ଭରା ହସ

  ଆଖିରେ ଶୀତଳ ଲୁହ

ଅଭୂଲା ସ୍ମୃତିର ଅନନ୍ୟ ପରଶ

   ଭାଙ୍ଗେ ଗଦା ଗଦା କୋହ ।।


ଭିଜୁଥିଲା ଯେତେ ଅଦିନ ବରଷା

    ଝଡ ତୋଫାନ ର ଦାଉ ସହି

ଏମିତି ସମ୍ପର୍କ ସଦା ସେ ଜୀବିତ

   ଆଉ କିଛି ଲୋଡା ମୋର ନାହିଁ ।।


Rate this content
Log in

Similar oriya poem from Drama