Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Salila Sarangi

Inspirational

3  

Salila Sarangi

Inspirational

ସମ୍ପର୍କ

ସମ୍ପର୍କ

1 min
187



ସମ୍ପର୍କ ଡୋରିରେ ଵନ୍ଧା ପରସ୍ପରେ

ସଂସାରେ ସକଳ ପ୍ରାଣୀ

ଧରିତ୍ରୀ ଵକ୍ଷରେ କେ ରହି ପାରିଵ

ସମ୍ପର୍କକୁ ତୁଚ୍ଛ ମଣି ।


କୀଟ ଠୁ ଆରମ୍ଭି ଵ୍ରହ୍ମ ପରିଯନ୍ତେ

ଵନ୍ଧା ସମ୍ପର୍କ ଫାଶରେ

ଅନାବିଳ ପ୍ରେମ ମମତା ବନ୍ଧନ

ଥାଏ ସମ୍ପର୍କ ଭିତରେ ।


ମାଆ ସହିତ ଯେ ଶିଶୁର ସମ୍ପର୍କ

ଗର୍ଭ ଅଵସ୍ଥାରୁ ଥାଏ

ଯେତେ କଷ୍ଟ ହେଲେ ମାଆ କ'ଣ ସେହି

ଶିଶୁ ଠୁ ଅଲଗା ହୁଏ ।


କ୍ଷୀର ସହ ନୀର ସମ୍ପର୍କ ମଧୁର

କିଏ ଅବା ଜାଣେ ନାହିଁ

କ୍ଷୀରଠୁ ନୀରକୁ କେହି କେବେ କୁହ

ଅଲଗା କରି ପାରଇ ।


ଜଳ ସହ ମୀନ ସମ୍ପର୍କ ଅଭିନ୍ନ

ଅତୁଟ ଵନ୍ଧନ ସେହି

ଜଳର ବିହୁନେ ମୀନ କେତେ ଦିନ

ଜୀବିତ ପାରିବ ରହି ।


ସମ୍ପର୍କ ଗୋଟିଏ ସୂକ୍ଷ୍ମ ସୁତା ଖିଅ

ସର୍ବଦା ରଖ ସମ୍ଭାଳି

ଛଳନା, କପଟ, ଅବିଶ୍ବାସ ଥିଲେ

ସମ୍ପର୍କ ପଡିଵ ଟଳି ।


ସମ୍ପର୍କ ପାଖରେ ଧନୀ ନିର୍ଦ୍ଧନର

ପ୍ରଭେଦ ନ ଥାଏ କିଛି

ଦ୍ଵାରିକାର ରାଜା ସମ୍ପର୍କ ମୋହ ରେ

ସଖା ପାଦ ପ୍ରକ୍ଷାଳନ୍ତି ।


ଦୂର କି ନିକଟ ସମ୍ପର୍କରେ ଫାଟ

କେବେ ସୃଷ୍ଟି କରେ ନାହିଁ

ଚନ୍ଦ୍ର, କଇଁ ମଧ୍ୟେ ଅଭେଦ୍ୟ ସମ୍ପର୍କ

ଯୁଗ ଯୁଗ ଅଛି ରହି ।



  


Rate this content
Log in

Similar oriya poem from Inspirational