STORYMIRROR

MISHRA HRUSIKESH

Thriller Others

3  

MISHRA HRUSIKESH

Thriller Others

ସମ୍ପର୍କ

ସମ୍ପର୍କ

1 min
266

ଚିରାଚରିତ ଏ ସଂସାର ଭିତରେ

ନୁହଁଇ କାହାର କେହି,

କେଜାଣି ସେ କେଉଁ ଅଦୃଶ୍ୟ ରଜ୍ଜୁରେ

ସର୍ବେ ଛନ୍ତି ଛନ୍ଦି ହୋଇ। 


କେହି ନ ଜାଣଇ କେବେ ଯେ ଆସିବ

ଡାକରା ଯେ ସେପାରିର

ହୋଇ ଶୂନ୍ୟ ହସ୍ତ ଚଳିବେ ସମସ୍ତ

ଧ୍ରୁବ ସତ୍ୟ ସଂସାରର।  


ମୋର ମୋର ହୋଇ ସଂସାରରେ ରହି

ମାୟାରେ ହୋଇଣ ବାଇ,

କେଉଁ ବନ୍ଧ ବଳେ ଅଛନ୍ତି ସକଳେ

ନ ଜାଣନ୍ତି ତାହା କେହି।  


ହୁଅନ୍ତୁ ଅବା ସେ ବାପା ମାଆ ଅବା

ହୋଇଥାନ୍ତୁ ପୁଅ ଝିଅ,

ଅବା ସେ ହୁଅନ୍ତୁ ବନ୍ଧୁ ପରିଜନ

ସରବେ ସେଥିରେ ମୋହ। 


ରକତ କେଉଁଠି ଡାକେ ରକତକୁ

କେଉଁଠି ବନ୍ଧୁତ୍ୱ ଡୋରି,

କେତେବେଳେ ବୈଧ କେବେ ଯେ ଅବୈଧ

ସମସ୍ତେ ବସ ତାହାରି।  


କେବେ ଦିଏ ସିଏ ସ୍ୱର୍ଗ ସୁଖ ପୁଣି

କେବେ ପୁଣି ଲାଗେ ନର୍କ,

ତଥାପି ସେ ଅଟେ ଅତି ଆପଣାର

ନାଁ ଟି ତାର ସମ୍ପର୍କ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller