STORYMIRROR

Yudhisthir Khamari

Abstract

3  

Yudhisthir Khamari

Abstract

ସମ୍ପର୍କ

ସମ୍ପର୍କ

1 min
150

ଶବ୍ଦ ବିହୀନ ଖୋଲା ବହିଟେ ମୁଁ

କରିବୁ ସଂଯୋଜନା ଶବ୍ଦର ତୁ

ସୃଷ୍ଟି କରିବୁ ଏଠି ରଞ୍ଜିତ କାହାଣୀ

କରିବୁ ରସାଳ ଜୀବନ କୁ

ଠାଏ ଠାଏ ଆଙ୍କିବୁ ଚିତ୍ରକଳା

ଯାହା ଦେଖି ହେବେ ଆକର୍ଷିତ

ତୋଳି ନେବେ ଜୀବନ ପୁସ୍ତକ କୁ

ଆଦରରେ ପୁସ୍ତକ ପ୍ରେମୀ ମାନେ

ପୃଷ୍ଠା ଓଲଟାଉ ଓଲଟାଉ

ଆସ୍ବାଦନ କରିବେ ପ୍ରେମରସ

ବୁୁୁଡିି ଯିବେ ଏକ ଭାବନା ରେ

ଯାହା ବାଟ ଫିଟାଉ ଥିବ 

ତାଙ୍କ କଣ୍ଟକିତ ରାସ୍ତାର

କାହାଣୀ ହେବ ଆଦର୍ଶବାଦୀ

ମାତ୍ର ଏତିକି ପ୍ରତୀକ୍ଷା

ରଖିଛି ଜୀବନ କୁ ଖୋଲି

ଆସିବୁ ତୁ କଲମ ଧରି

ରଚିବୁ ଅନନ୍ୟ କାହାଣୀ

ଆଣିବୁ ତୁ ରଙ୍ଗ ତୁଳୀ

ରଚିବୁ ତୁ ଏକ ଚିିିିତ୍ରିତ୍ତ୍ ଚିତ୍ରକଳା

ଏଇ ତ ଆମ ସମ୍ପର୍କ

କଲମ ଆଉ କାଗଜର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract