ସମ୍ପର୍କ
ସମ୍ପର୍କ
ଜୀବନର ଚଲାପଥରେ ପ୍ରିୟତମ
ମୋତେ ସାଥି କରିଥିଲ
ଦୁହେଁ ମିଶି ଏକାଠି
ଚାଲିବାକୁ ନିବେଦନ କରିଲ
ତୁମ ପ୍ରେମ ବର୍ଷାରେ
ମୁଁ ଓଦା ହୋଇଗଲି
ସାରା ଜୀବନ କାଟିବାକୁ
ଶପଥ ପଥ ଟେକି ନେଲି
ଜୀବନର ଜଞ୍ଜାଳରେ
ଆମେ ମାତିଗଲେ
ସୁଖ ଦୁଃଖର ପାହାଡ଼କୁ
ଏକାଠି ଚଢିଲେ
ଜୀବନ ରାସ୍ତା ରେ
ବହୁ ସମ୍ପର୍କ ଯୋଡିଲେ
ସମ୍ପର୍କର ମହତ୍ତ୍ଵକୁ
ଆମେ ବୁଝୁଥିଲେ
ସମ୍ପର୍କର ମିଠାତ୍ବ
କେତେ ଯେ ମଧୁର
ଏଥିରେ ଦାଗ ଲାଗିଲେ
ଘର ହୁଏ ଛାରଖାର
ସମ୍ପର୍କ ଖାଲି ନୁହେଁ
ନିଜ ପରିବାର ସଦସ୍ୟକୁ ନେଇ
ସମ୍ପର୍କ ରାସ୍ତାରେ
ବନ୍ଧୁର ମହତ୍ତ୍ଵ ବଡ଼ ତ ଅଟଇ
ଜୀବନ ରାସ୍ତାରେ
ସମ୍ପର୍କ ସେତୁକୁ ନେଇ
ସଭିଏଁ ଚାଲନ୍ତି
ଏହି ତ ଜୀବନ ଅଟଇ ।