STORYMIRROR

Kishore Nayak

Classics Inspirational

3  

Kishore Nayak

Classics Inspirational

ପକ୍ଷୀ

ପକ୍ଷୀ

1 min
195


ପକ୍ଷୀ, 

କେଉଁ ଏକ ଦୂର ତାଳବନ, ନିଘଞ୍ଚ ବନାନୀରେ ତା'ର ବାସ 

ପଲ୍ଲୀରୁ ସହର ଆଉ ସହରରୁ ପଲ୍ଲୀ ସବୁଠି ତା'ର ଭବ୍ୟ ଉପସ୍ଥିତି 

ବ୍ୟସ୍ତ ଜନପଦର କୋଳାହଳ ଭିତରେ 

ପକ୍ଷ ଝାଡି ଯୋଜନ ଯୋଜନ ପଥ ଉଡିଯିବାରେ ସେ ବେଶ୍ ପାରଙ୍ଗମ 

ବିହଗ, ବିହଙ୍ଗମ, ବିହଙ୍ଗ, ଖଗ, ଦ୍ଵିଜ, ଖେଚର, ଅଣ୍ଡଜ 

ଏପରି କେତେଯେ ତା'ର ନାମ 

ମୁକ୍ତ ଆକାଶର ବିସ୍ତୃତି ଭିତରେ 

ସେ ସୃଷ୍ଟି କରିପାରିଛି ତା'ର ସ୍ୱତନ୍ତ୍ର ପରିଚୟ 

ସୃଷ୍ଟିର ପ୍ରାରମ୍ଭ କାଳରୁ ସେ ବଜାୟ ରଖିଛି ତା'ର ସ୍ୱାଭିମାନ ଆଉ ନିଜ ଦାୟୀତ୍ୱବୋଧର କର୍ତ୍ତବ୍ୟ ପରାୟଣତାକୁ l

ସମଗ୍ର ମାନବଜାତିର ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏଇ ପକ୍ଷୀ 

ବିସ୍ମୟ, ଅନିନ୍ଦ୍ୟ ତା'ର ପରିକଳ୍ପନା 

ଅନେକ ପ୍ରଜାତିର ବିଭକ୍ତି ଭିତରେ ସେ ଅବିଭକ୍ତ ଆଉ ଅଭିନ୍ନ 

ନାମଟି ତା'ର ପକ୍ଷୀ 

ସରିତ,ସାଗର, ବିଟପୀ, ଭୂଧର 

ସଭିଏଁ ତା'ର ଆପଣାର

ପ୍ରକୃତିର ବିସ୍ତୃତ ବେଳାଭୂମିରେ ସେ ଲେଖିପାରିଛି ତା'ର ନିଜସ୍ୱ ଇତିହାସ

ନାହିଁ ଦ୍ୱେଷ, ନାହିଁ ଅନୁଶୋଚନା 

ନାହିଁ ଛନ୍ଦ କପଟତାର ମନ୍ଦ ବୁଦ୍ଧି 

ଅନ୍ତଃ ସ୍ୱରର ମର୍ମର ସଂଗୀତ ଭିତରେ ସେ ବୁଝି ପାରିଛି ଏ ପ୍ରକୃତିର ପରିଭାଷାକୁ 

ପ୍ରକୃତିର ଏଇ ନୈସ୍ୱର୍ଗ କାନନର ନନ୍ଦିତ ଉଦ୍ୟାନରେ ସେ ଲାଭ କରିଛି ତା'ର ଚରମ ଆନନ୍ଦ 

ନାହିଁ ଦୁଃଖ, ନାହିଁ ଶୋକ 

କର୍ମ ତତ୍ପରତାର ବ୍ୟସ୍ତତା ଭିତରେ ଆଳସ୍ୟତାକୁ ଛିନ୍ନ କରି 

ସେ ଶିଖାଇଛି କର୍ମଠର ପରିଭାଷା ଏଇ ସମଗ୍ର ମାନବଜାତିକୁ 

ଆଉ 

ଏକତାର ଗୁରୁମନ୍ତ୍ରରେ ନିଜକୁ ଅଭିମନ୍ତ୍ରିତ କରି ସେ ଦେଖାଇଛି ଏକତାର ସଂଜ୍ଞା

ପକ୍ଷୀ, 

ଏକ ଶାନ୍ତିର ଦୂତ

ସୃଷ୍ଟିର ଏକ ମଧୁର ପରିକଳ୍ପନା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics