STORYMIRROR

Pranati Jena

Inspirational Others

3  

Pranati Jena

Inspirational Others

ସମ୍ପର୍କ ତୀରେ

ସମ୍ପର୍କ ତୀରେ

1 min
266

ବିପଦ ଆପଦ ଥିଲେ ଯେତେ ବିଷାଦ

ସମ୍ପର୍କ ମଧୁର ଥିଲେ ସମ୍ପଦ,

ସଂସାର ନାଵରେ ସାଂସାରିକ ଅମୃତ 

ଭବ୍ୟ ଭାବନାର ମିଳେ ପ୍ରମୋଦ ।।


ଉପାସିତ ପ୍ରାଣ ଅନୁରାଗ ଝରଇ

ଦାମ୍ପତ୍ୟ ଜୀବନେ ସେ ମହଷୌଧି,

ଆସୁ ଯେତେ ଝଡ଼ରେ ନୀଡ଼ ନ ଭାଙ୍ଗଇ

ଦୁଇ ମନ, ପ୍ରାଣ ଏକରେ ସିଦ୍ଧି ।।


ବିବାହ ନୁହଇଁ ରେ ପିଲା ଖେଳଘର

ମଧୁରତାର ସେ ଅମୃତଧାର,

ବୁଝିବା ଚେତନା ତପସ୍ୟାର ଆଧାର

ସର୍ଵ ଦେବତା କରନ୍ତି ବିହାର ।।


ଗୃହ ଅଟଇ ତପ, ଜପର ଆଳୟ

ପଦ୍ମପତ୍ରେ ଜଳ ପରି ନିଳୟ,

ବନ୍ଧନ ନୁହଇଁ ଦୁଃଖ ସାଧନା ମୟ

ସ୍ବର୍ଗୀୟ ଭାବରେ ସେ ଜ୍ୟୋର୍ତିମୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational