STORYMIRROR

Manoja kumar Pattnayak

Action

4  

Manoja kumar Pattnayak

Action

ସମ୍ପର୍କ କହୁଚି ସମ୍ପର୍କର ମାନେ

ସମ୍ପର୍କ କହୁଚି ସମ୍ପର୍କର ମାନେ

1 min
200

ସମ୍ପର୍କର ମାନେ ନୁହେଁ ଶଙ୍ଖା ଓ ସିନ୍ଦୂର

ସମ୍ପର୍କ ଯେ ପବିତ୍ରତା ପ୍ରେମର ମନ୍ଦିର

ସମ୍ପର୍କ ନୁହଁଇ ଅବା ସୂତା କ୍ଷିଅଟିଏ

ହୃଦୟରେ ସଦା ସର୍ବଦା ରହିଥାଏ

ସମ୍ପର୍କର ମାନେ ନୁହେଁ ଅଟେ ଏହା ପ୍ରେମ

ବାପା ମା ଭାଇ ଗୁରୁଜନଙ୍କ ସ୍ନମାନ

ଜୀବନର ଲମ୍ବା ବାଟ ଚାଲିବାକୁ ‌ହେଲେ

କେତେ ବେଳେ କିଏ ଆସି ସମ୍ପର୍କ ଯେ ଗଢେ

ସମ୍ପର୍କକୁ ଥରେ ଯିଏ ବୁଝି ଯାଇଥାଏ

ଜୀବନ ଯୁଦ୍ଧରେ କେବେ ହାରିବି ନ ଥାଏ

ସବୁ ସମ୍ପର୍କର ମାନେ ନୁହେଁ

ରହିବ ଜୀବନ ସାରା

କିଛି ସମ୍ପର୍କ ଯେ କିଛି ଦିନ ରହି

ହୋଇ ଯିବ ଅଫେରା

ସମ୍ପର୍କ ଉପରେ କାହିଁକି କେଜାଣି

ବିଶ୍ୱାସ ତୁଟଇ ପ୍ରାଣୀର

ସମ୍ପର୍କକୁ ପୁଣି ପଶ୍ନବାଚୀ କରି

ଚାହିଁ ରହିଥାଏ ଉତ୍ତର

ଜୀବନର ସେଇ ପଶ୍ନବାଚୀ ଶୁଣି

ସମ୍ପର୍କ ତତ୍ ପର କୁହଇ

ଶୁଣିବାର ଯଦି ଧର୍ଯ୍ୟ ତୁମ ନାହିଁ

ସ୍ଥାନ ଛାଡି ଯାଅ ପଳାଇ

ସବୁତ ସରିବ ମଣିଷ ମରିବ

ସମ୍ପର୍କ ମରିବ ନାହିଁ

ସମ୍ପର୍କ ଯେ ତୋତେ ପାଗଳ କରିବ

ଜୀବନ ହାରିବୁ ଯାଇ

ଯେତେ ଖୋଜୁଥିଲେ ସେତେ ପାଉଥିବ

ଏହାର ବିଲୟ ନାହିଁ

ସମୟର ସ୍ରୋତେ ନାଆ ଭାଉଁଥିଲେ

ଜୀବନକୁ ଡର ନାହିଁ

ହସ ଲୁହ ମିଶା ସମ୍ପର୍କ ଡୋରି

ରହିବ ଜୀବନ ସାରା

ମଣିଷ ଏହାକୁ ବୁଝିନ ପାରିଲେ

ଶେଷରେ ବୁଝିବ ପରା

ମଣିଷ ଏହାକୁ ଯେତେ ତୁଟାଇଲେ

ସେ ଚୀର ଆମର ପରା

ସମ୍ପର୍କରେ ଯଦି କେବେ ଦାଗ ଲାଗିଯିବ

ସେ ଦାଗ ଲିଭିବା କେବେ ସହଜ ନ ହେବ

ଯେତେ ଲିଭାଇବା ପାଇଁ ତୁମେ ଯେ ଚାହିଁବ

ସଦା ସର୍ବଦା ସିଏ ହୃଦୟରେ ଥିବ

ସମ୍ପର୍କ ନୁହଁଇ ବାଲି ଘରଟିଏ

ଭାଙ୍ଗିଗଲେ ଗଢିଦେବ

ସମ୍ପର୍କ ଯେ ଏକ ସ୍ଵଚ୍ଛକାଚଟିଏ

ସ୍ଵଚ୍ଛ ଭଳି ଦିଶୁଥିବ

କଲମର କାଳି ସରି ସରି ଯାଏ

ସମ୍ପର୍କର ମାନ କମ୍ ନ ଥାଏ

ଯେତେ ଏହାକୁ ମୁଁ ସଙ୍କୁଚ ଲଗାଏ

ଧିରେ ଧିରେ ଏହା ବଢ଼ି ବଢ଼ି ଯାଇ

ଆଉ ମୋ ପାଖରେ ସମ୍ଭବ ନୁହେଁ

ଏଇଠୁ ଦେଉଚି ପୁଣ୍ଣଛେଦଟିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action