STORYMIRROR

subrat kumar jena

Inspirational

3  

subrat kumar jena

Inspirational

ସମ୍ଭବତଃ

ସମ୍ଭବତଃ

1 min
218

ସମ୍ଭବତଃ ଆମେ ଭୁଲି ଯାଇଥିଲେ,

ଆମେ ଦୁହେଁ ଉନ୍ମୁକ୍ତ ଏବେ ବୋଲି,

ଏତେ ସହଜ ନୁହେଁ,

ଦୀର୍ଘ ବନ୍ଦୀ ଜୀବନର ପରବର୍ତ୍ତୀ ଜୀବନ,

ହୁଏତ ଶିକୁଳୀ ନଥାଇ ପାରେ,

ଜଞ୍ଜିର କିଏ କାଢି ଥାଇ ପାରେ,

ମନଟା କିନ୍ତୁ ଆବୋରି ନେଇଥାଏ ଶେଷଯାଏ,

ଗୋଲମ ଜଞ୍ଜିରର ଦଣ୍ଡକୁ,

ନିରୀହ ମନ ପକ୍ଷୀ ଉଡିବାକୁ ଚେଷ୍ଟା କରେ,

ଥରେ...ଦୁଇଥର....ତାଠାରୁ ଅଧିକ ଥର,

ହେଲେ ପ୍ରତି ଥର ଅସଫଳତାର ହୁଏ ସାମ୍ନା,

ତେଣେ ବ୍ୟାଧ ଚାହିଁ ଚାହିଁ ରହିଥାଏ ଅପଲକ ନୟନେ,

ଦୃଷ୍ଟି ହଟିବ ତ ଦୁର୍ଘଟଣାର ଶିକାର ମନ ପକ୍ଷୀ,

ସେ ଅଠାକାଠିରେ ଶକ୍ତି ଅନେକ,

ଅନେକ ଚେଷ୍ଟାକରି ଲହୁ ଲୁହାଣ,

ଦୀର୍ଘଦିନର ପ୍ରତିକ୍ଷାର ଅନ୍ତ,

ମିଳିଯାଇଛି ସ୍ୱାଧୀନତା ମନଭରି ଉପଭୋଗ କରିବାକୁ,

ପ୍ରକୃତି କୋଳରେ,

ମଣିଷ ସମାଜରେ,

ତୋ ଆଉ ମୋ ପ୍ରେମକୁ ଗୋଟେ ଭିନ୍ନ ଧରଣର ସ୍ତରକୁ ଯାଇ,

ଯେଉଁଠି ବାଧା ବନ୍ଧନରୁ ସମସ୍ତେ ଥିବେ ମୁକ୍ତ,

କେବଳ ମିଳୁଥିବ ବଞ୍ଚିବାର ପ୍ରକୃତ ସ୍ୱାଦ,

ଏତେ ଦିନ ପରେ ସ୍ୱାଧୀନ ମନପକ୍ଷୀ ପିଞ୍ଜରାରୁ,

ତୋତେ ଆଉ ମୋତେ ଆପଣେଇବାକୁ ହେବ ନୂଆ ଦୁନିଆକୁ,

ଦୁରେଇବାକୁ ହେବ ବନ୍ଧନ ଜଞ୍ଜିରର ଭାବନାକୁ ।।।



Rate this content
Log in

Similar oriya poem from Inspirational