STORYMIRROR

Satyabati Swain

Fantasy

3  

Satyabati Swain

Fantasy

ସମ୍ଭାବନା

ସମ୍ଭାବନା

1 min
332

ଖଣ୍ଡିତ ଅନୁଭୁତିର ସମନ୍ୱୟ

ଅନ୍ତହିନ ଅନ୍ୱେଷାର ଅବବୋଧ ଭିତରେ

ଲୁଚିଥାଏ ଏକ

ସଚେତ

ସମ୍ଭାବନାମୟ

ଚିନ୍ତନର ବ୍ୟାପ୍ତି

ଚେତନାର ସୀମାହୀନ ବିସ୍ତାର।


ଅନୁଭୁତି ଓ

ପ୍ରତିକ୍ରିୟା ଦୃଶ୍ୟମାନ

ବୋଧଗମ୍ୟ ହେଉ ନଥିବା

ଜୀବନ ଓ ଜଗତରେ

ସତ୍ୟର ପ୍ରସ୍ଥ ଉନ୍ମୋଚନ ହୁଏ

ନବ ଦିଗନ୍ତର ନୂତନ ସକାଳ।


କାହାର ଛାଇ

ହୋଇଯାଏ ଦର୍ପଣଟିଏ

ହାମୁଡେଇ ପଡେ

କାହା ଦେହ ତା ଉପରେ

ହଲିବାର ଯୁ ନଥାଏ

ଛାଟିପିଟି ହୁଏ

ଜୀବନ ବିକଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy