ସମ୍ଭାବନା
ସମ୍ଭାବନା
ଖଣ୍ଡିତ ଅନୁଭୁତିର ସମନ୍ୱୟ
ଅନ୍ତହିନ ଅନ୍ୱେଷାର ଅବବୋଧ ଭିତରେ
ଲୁଚିଥାଏ ଏକ
ସଚେତ
ସମ୍ଭାବନାମୟ
ଚିନ୍ତନର ବ୍ୟାପ୍ତି
ଚେତନାର ସୀମାହୀନ ବିସ୍ତାର।
ଅନୁଭୁତି ଓ
ପ୍ରତିକ୍ରିୟା ଦୃଶ୍ୟମାନ
ବୋଧଗମ୍ୟ ହେଉ ନଥିବା
ଜୀବନ ଓ ଜଗତରେ
ସତ୍ୟର ପ୍ରସ୍ଥ ଉନ୍ମୋଚନ ହୁଏ
ନବ ଦିଗନ୍ତର ନୂତନ ସକାଳ।
କାହାର ଛାଇ
ହୋଇଯାଏ ଦର୍ପଣଟିଏ
ହାମୁଡେଇ ପଡେ
କାହା ଦେହ ତା ଉପରେ
ହଲିବାର ଯୁ ନଥାଏ
ଛାଟିପିଟି ହୁଏ
ଜୀବନ ବିକଳେ।
