STORYMIRROR

Debabrata Barik Debunu

Romance Fantasy

4  

Debabrata Barik Debunu

Romance Fantasy

ସମ୍ଭାବନା ତୁମେ

ସମ୍ଭାବନା ତୁମେ

1 min
353

ସମ୍ଭାବନା ତୁମେ

ଅଳକାପୁରୀର ବଳକା ପୀରତି ଛୁଆଁ

ସମ୍ଭାବନା ତୁମେ

ପୋହଳାଦ୍ଵୀପର ନିରୋଳା ନିବିଡ଼ ନିଆଁ

ସମ୍ଭାବନା ତୁମେ

ଦୂର ଦିଗନ୍ତର ଆକାଂକ୍ଷୀତ ପ୍ରେମ ଦରଜ

ସମ୍ଭାବନା ତୁମେ

ନିଅଣ୍ଟ ରାତିର ଶୋଇଲା ପୂର୍ବର ମଉଜ

ସମ୍ଭାବନା ତୁମେ

ପାଗଳ କବିର କବିତାର ସାଧା କାଗଜ

ସମ୍ଭାବନା ତୁମେ

ଛୁଇଁଲେ ଲାଜେଇ ଭିଡିଦେଲେ ଭାରି ସହଜ

ସମ୍ଭାବନା ତୁମେ

ପଢିଦେଲେ ଗଳ୍ପ ଗଢିଦେଲେ ହୁଅ ମୂର୍ତ୍ତୀ

ସମ୍ଭାବନା ତୁମେ

ଦେଖିଦେଲେ ଦେହ ପରଶିଲେ ହୁଅ ପ୍ରୀତି

ସମ୍ଭାବନା ତୁମେ

ତୁମ ହିସାବରେ ସେମିତି ହିଁ କିଛି ନୁହେଁ

ସମ୍ଭାବନା ତୁମେ

ଯଦି କିଛି ନୁହେଁ, କିଛି କିଛି କାହିଁ ହୁଏ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance