STORYMIRROR

Sanjya Tripathy

Classics

3  

Sanjya Tripathy

Classics

ସମବାୟ

ସମବାୟ

1 min
161

ସମବାୟ ସମବାୟ ରଥର ଚକ

ଗଡି ଗଡି ଯାଏ ଭାଇ ବାଟ ଅନେକ ।

ଶିକ୍ଷାର୍ଥୀ ଭାଇମାନେ ହୁଅ କର୍ମସଜାଗ

ଟାଉଟରୀ ତୋବ୍ୟାମୋଦୀ ଦୂରେଇ ରଖ ।

ଆମେ ମଶାଲ ଧରି ହେବା ଦରିଆପାରି

ଦେଶ ଓ ଜାତିର ମାନ ରଖିବା ଟେକି ।

ପ୍ରଗତି ପାଇଁ ରହିଛି ପରିକଳ୍ପନା

ଆଗେଇ ନେବାକୁ ଅଛି ନୂଆ ଯୋଜନା

ଆମେ ସଂଗ୍ରାମ କରି ବଜାଇ ରଣଭେରୀ

ଶେଷ ରକ୍ତ ବିନ୍ଦୁ ଯାଏ ହୋଇବା ଏକ ।

କୃଷି ବିକାଶ ପଥେ ଓ ଗ୍ରାମ୍ୟ ଉନ୍ନୟନ

ଆଗେଇ ନେବାକୁ ହେବ ଏ ଆନ୍ଦୋଳନ

ସବୁ ଯାତ୍ରୀ ହୋଇ ସଜ ଦୃଢ଼ ଇଚ୍ଛାଶକ୍ତି ହେଜ

ଗଡି ଗଡି ଯାଉ ଆମ ସଂଘର ଚକ ।

ସମବାୟ ପ୍ରଶିକ୍ଷଣ ଦେଇ ତାଲିମ

ଶିକ୍ଷାର୍ଥୀ ମନରେ ଦିଅ ନୂତନ ଜ୍ଞାନ

ସତେ ହେ ଅନୁଷ୍ଠାନ ତୁମେ ଅଟ ମହାନ

ତୁମ ସେବା ପାଇଁ ଘେନ କୋଟି ପ୍ରଣାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics