ସ୍ମାରକ ଜ୍ବଳନର
ସ୍ମାରକ ଜ୍ବଳନର
କଜ୍ଜଳ ନାଇଁଛି ଆଖିରେ ପ୍ରିୟା ମୋ
କଳଙ୍କ ନ ପାରେ ଦେଖି ।
ନିନ୍ଦା ଅପବାଦ ଭୁଲିଛି ପ୍ରିୟା ମୋ
ରାଧା ପ୍ରେମ ଯାଇଛି ଶିଖି ।
ଦେଇ କି ପାରିବି କୃଷ୍ଣ ପ୍ରେମ ତାଙ୍କୁ
କାମନା ବାସନା ଧରି।
ମର୍ତ୍ତ୍ୟର ମାନବ କାମନା ରହିତ
କିପରି ହେବି ଦେବ ସରି ।
ମୋ ଛାତିର ନିଆଁ ଜଳୁଛି ଜଳିବ
ତୋ ଗଭା ଗଜରା ପାଇଁ ।
ତୋ ଓଠ ପରଶ ନାଲି ଦସ୍ତଖତ
ମୋ ପାଇଁ ସାଜିବ ନାହିଁ।।
ମେଘ ହୋଇ ଯଦି ବର୍ଷି ଯିବି ମୁହିଁ
ଭିଜିବ ତୋ ତନୁ ମନ ।
ନିଆଁ ଲିଭି ଯିବ ଧୂଆଁ ରହିଯିବ
ପାଇବୁ ନିନ୍ଦା ଅପମାନ ।
ତୋ ମୁଖରୁ ହସ ଛଡ଼ାଇ ନେବିନି
ହେଉ ପଛେ ଛଳନାର ।
ତୋ ଦୁନିଆଁ ହସେ ତୋରି ହସରେ
ସେ, ମୋ ସ୍ମାରକ ଜ୍ବଳନର।
ପରେଶ ଚନ୍ଦ୍ର ଦାସ,
ଗୋପାଳପୁର, ଭୋଗରାଇ,ବାଲେଶ୍ୱର
