Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Inspirational

4.8  

ବି. ନିରୁପମା

Inspirational

ସମାନ ଯେ ପୁଅ-ଝିଅ

ସମାନ ଯେ ପୁଅ-ଝିଅ

1 min
166



 ଝିଅ ଘରୁ ଏବେ ଫେରୁଅଛି ମୁହିଁ

ନାତୁଣୀ ହୋଇଛି ମୋର ,

ଭାରି ଗୁଲୁଗୁଲି-ଜହ୍ନଭଳି ତୋଫା

କଅଁଳିଆ ମୁହଁ ତା'ର ।


ଡାକତର ବାବୁ କହିଛନ୍ତି ଦେଖି

ଭଲଛନ୍ତି ମାଆ-ଛୁଆ ,

ମାନି ଚଳିଛନ୍ତି ପରାମର୍ଶ ସବୁ

ଦେଇଥିଲି ଯାହା ଯାହା ।


ଗୁରେଇ ମାଆର ମନଊଣା ଜାଣି

ବୁଝେଇଲେ ଦିଦି ଯେତେ ,

ଆମକୁ ଦେଖୁନ ଝିଅହୋଇ କରି

ଜୀବନ ରଖୁଛୁ କେତେ !


ଆଜିକାଲି ସବୁ ଶିକ୍ଷା-ଦୀକ୍ଷାରେ ତ

ଝିଅମାନେ ଧୂରନ୍ଧର ,

ଜୋଇଁ କହୁଥିଲେ-'ଲକ୍ଷ୍ମୀ ଆସିଗଲେ

ପୂରି ଉଠିବ ମୋ ଘର । '


ସତକଥା ଇଏ ଆଜିର ଯୁଗରେ

ସମାନ ଯେ ପୁଅ-ଝିଅ ,

ଭଲଭାବେ ତାକୁ ଗଢ଼ି ତୋଳିଲେ ସେ

ହୋଇବ ସବୁରି ପ୍ରିୟ ।


ବାପା,ମାଆ ସହ ଗାଆଁଭୂଇଁର ବି

ଝିଅଟି ରଖିବ ନାଆଁ ,

ତୁଚ୍ଛାଟାରେ ମୁହିଁ ମନ ଊଣାକରି

ଏବେଠୁ ରହିବି କିଆଁ !!



Rate this content
Log in

Similar oriya poem from Inspirational