STORYMIRROR

Madhabi Patel

Inspirational

3  

Madhabi Patel

Inspirational

ସମାନ ଚିନ୍ତନ

ସମାନ ଚିନ୍ତନ

1 min
25.8K


ଆଶାର ଆଲୋକ ଫୁଟୁଛି ଧିରେ।

ଝିଅ ଫୁଟୁଛନ୍ତି ପ୍ରତିଟି ଘରେ।

ପରିବର ପାଇଁ ଖୁସି ଆଣୁଛନ୍ତି

ମହକୁଛି ଘର ତାଙ୍କ ବାସ୍ନାରେ।

କିଳିକାରୀ କରି କେତେ ସୁନ୍ଦର

ହସର ଜାଦୁରେ କରି ମନ୍ତର।

ଝିଅ ଭଉଣୀଙ୍କ ଅଳି ଅଝଟରେ

ପୁଲକିତ ହୁଏ ହୃଦ ଭିତର।

ପାଠ ପଢାରେ ଶିର୍ଷକୁ ଗଲେଣି

ଯନ୍ତ୍ର ବିଜ୍ଞାନ ସାହିତ୍ୟ କାହାଣୀ।

ଖେଳ କୁଦ ପହଁରା ପାହାଡ ଚଢାରେ

ପୁରୁଷ ପିଲାଙ୍କୁ ଟକ୍କର ଦେଲେଣି।

ବୁଦ୍ଧି ବିବେକରେ ହୋଇ ପ୍ରଖର

ପ୍ରତି ପରୀକ୍ଷାରେ ହୋଇ ଟପ୍ପର

ପୁରୁଷ ପିଲାଙ୍କୁ ପଛାଡି ଦେଲେଣି

ଊଣା ନୁହଁନ୍ତି କୌଣସି ଗୁଣର ।

ମନ୍ତ୍ରୀ ହୋଇ ଦେଶ ସେବା କରନ୍ତି

ଦେଶ ସେବା ପାଇଁ ସେନା ସାଜନ୍ତି।

କେଉଁ କାମ ଅବା ତାହାଙ୍କୁ କଠିଣ।

ସବଳା ହୋଇ ନିଜକୁ ଦେଖାନ୍ତି।

କଅଁଳ ବାଳିକା ନୁହେଁ ଦୁର୍ବଳା।

ସହଯୋଗ ଦେଲେ ହେବ ସବଳା।

ପ୍ରତି କ୍ଷେତ୍ରେ ତାଙ୍କୁ ସହଯୋଗ ଦେବା

କେବଳ ନ ହୋଇ ପୁତ୍ର ବତ୍ସଳା।

ନାରୀ ପୁରୁଷରେ ନ କରି ଭିନ୍ନ

ସମାନ ଭାବନା କରି ଚିନ୍ତନ।

ନାରୀ ବଳତ୍କାର ନାରୀ ଅତ୍ୟାଚାର

ସମାଜୁ କରିବା ମୂଳୋତ୍ପାଟନ।


ମାଧବୀ ପଟେଲ।

ଝାରସୁଗୁଡା ବେହେରାମାଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational