STORYMIRROR

Madhabi Patel

Others

3  

Madhabi Patel

Others

ଅଟଳଙ୍କ ସ୍ମୃତିରେ

ଅଟଳଙ୍କ ସ୍ମୃତିରେ

1 min
14.1K


ବହି ଯାଉଅଛି ଆଖିରୁ ଗଙ୍ଗା

ଅବନତ ଆଜି ଆମ ତ୍ରିରଙ୍ଗା।

ସୁମରି ସୁମରି ତୁମ ଗୁଣ ରାଜି

ପ୍ରତିଦ୍ଵନ୍ଦୀ ବି ସରମେ ରଙ୍ଗା।

ଅଜାତ ଶତ୍ରୁ ହେ ଶତ୍ରୁ ବିହୀନ

ଆପଣାର ଥିଲେ ପ୍ରତ୍ୟେକ ଜନ।

ତୁମ ବିଛେଦରେ ଆଜି ଝୁରି ମରେ

ହେ ଜନନାୟକ ପୂଜ୍ୟ ମହାନ।

କୋଟି କୋଟି ଜନତାଙ୍କ ହୃଦରେ

ଥିଲ ଆଜି ଗଲ ମିଶି ମାଟିରେ।

ତୁମର କିରତି ତୁମର ମୂରତି।

ଅକ୍ଷୁର୍ଣ୍ଣ ରହିବ ଆମ ସ୍ମୃତିରେ।

ହେ ବୀର ନାୟକ ତୁମର ବାଣୀ

ଲେଖିଅଛି ଯାହା ତୁମ ଲେଖନୀ।

ସେ ଆମ ସଂପତି ସେଇ ଏକା ଶାନ୍ତି

ବାକି ତୁମେ ହେଇଯିବ କାହାଣୀ।

ଭାରତ ଲଲାଟ ଚିର ଭାସ୍କର

ରହିଥିବ ତୁମ ନାମ ଅମର।

ଭାରତ ମାତାର ଯୋଗ୍ୟତମ ପୁତ୍ର

ତୋ ବିନା ଭାରତ ମାଆ ଅଧୀର।

ଘେନାକର ଆମ ଶ୍ରଦ୍ଧାର ଫୁଲ

ସମାଜ ସେବକ ପ୍ରଜା ବତ୍ସଳ

ସ୍ଵର୍ଗ ରାଇଜରେ ପାଅ ଉଚ୍ଚାସନ

ପ୍ରଭୁଙ୍କୁ ପ୍ରାର୍ଥନା କରୁ ଅଟଳ।

ମାଧବୀ ପଟେଲ।


Rate this content
Log in