ରାକ୍ଷୀ
ରାକ୍ଷୀ
1 min
13.8K
ଗୋଟିଏ ବୃନ୍ତରେ ଦୁଇଟି କଳିକା
ଫୁଟିଥିଲେ ଏକା ଘରେ।
ଏକା ବାପା ମାଆ କୋଳେ ବଢିଥିଲେ
ଭାଗ ବାଣ୍ଟି ଆଦରରେ।
ଗୋଟିଏ ଚିଜକୁ ପାଇବାର ପାଇଁ
କରୁଥିଲେ ତକରାଳ।
ଛୋଟ ଭଉଣୀ ତୁ ବୋଲି ଜାଣିଶୁଣି
ହାରୁଥିଲି ବାରମ୍ବାର।
ତୋହର ମୁହଁରେ ହସଟେ ଫୁଟିଲେ
ହସ ଖେଳେ ମୋ ଓଠରେ।
ତୋର ଭୂଲ ପାଇଁ ମାଡ ଖାଉଥିଲି
ବୋଳି ଅଠାକୁ ମୁଣ୍ଡରେ।
ଖେଲଣାର ମୋର ଲୋଡା ପଡି ନାହିଁ
ଜୀବନ୍ତ ଖେଲଣା ତୁହି।
ଖିଲି ଖଲି ହସେ ନାଲି ନାଲି ଓଠେ
କେତେ କଥା ଯାଉ କହି।
କେହି ତୋ ଉପରେ ଅଭଦ୍ରତା କଲେ
ମୋହର କଲିଜା ଜଳେ।
ତୁହି ତ କଲିଜା ହୃଦୟେ ମୋହର
ଜୀବନ ଦେବି ତୋ ରକ୍ଷାରେ।
ବିପଦ ଦୁଃଖରେ ଆଗରେ ରହିବି
ତତେ ବହୁତ ଭଲ ପାଉଛି।
ରକ୍ଷାର ବଚନ ରାକ୍ଷୀର ଦିନରେ
ତତେ ଆଜି ମୁଁ ଦେଉଛି।
ମାଧବୀପଟେଲା
