STORYMIRROR

Madhabi Patel

Others

2  

Madhabi Patel

Others

ଲିଙ୍ଗେଶ୍ବର

ଲିଙ୍ଗେଶ୍ବର

1 min
13.5K


ଜ୍ୟୋତିର୍ମୟ ଜ୍ୟୋତିରୂପ ଲିଙ୍ଗର ଆକାର।

ସ୍ବର୍ଗରୁ ପାତାଳ ବ୍ୟାପ୍ତ ତୁମେ ଲିଙ୍ଗେଶ୍ବର।

ବ୍ରହ୍ମା ବିଷ୍ଣୁ ପାଇଲେନି କଳନା ଯାହାର

ସେ ରୂପକୁ କି ବର୍ଣିବି ନାହିଁ ସେ ଅକ୍ଷର।

ଅପୂଜ୍ୟ ବ୍ରହ୍ମା ଓ କେତକୀ ଶାପରେ ଯାହାର

ଶିବରାତ୍ରୀ ଏକ ଦିନ ପାଏ ସେ ଆଦର।

ମୃତ୍ୟୁଞ୍ଜୟ ପରିବ୍ୟାପ୍ତ ଅନନ୍ତ ଆକାର।

ସତ୍ୟଶିବ ସୁନ୍ଦରର ନାହିଁ ପଟାନ୍ତର।

ତ୍ରି ଲୋକରେ ଯାର ନାମ ଅଜର ଅମର

ଦେବତା ଅସୁର ନର ସଭିଙ୍କ ଠାକୁର।

ଶକ୍ତି ରୂପା ପାର୍ବତୀଙ୍କ ଯେ ପ୍ରାଣ ଈଶ୍ବର।

ଜ୍ଞନଗୁଣୀ ଗଣେଶ ଓ କାର୍ତିକ କୁମର।

ପଞ୍ଚାକ୍ଷରୀ ମନ୍ତ୍ର ପ୍ରିୟ ହେ ଭୋଳେ ଶଙ୍କର

ନାଗମାଳ ବିଷଫୁଲ ଯା ଗଳାରହାର।

ଝାଡେଶ୍ବର ନାମେ କାହିଁପୂଜା ହୁଏ

ତୋର ଝାରସୁଗୁଡା ବାସୀଙ୍କ ତୁହି ଆପଣାର।


ମାଧବୀ ପଟେଲ।


Rate this content
Log in