STORYMIRROR

Madhabi Patel

Inspirational

3  

Madhabi Patel

Inspirational

ମାଆ ଯା' ଭାରତମାତା

ମାଆ ଯା' ଭାରତମାତା

1 min
13.1K


କେଉଁ ପୁଣ୍ୟଫଳେ ଏ ଦେଶେ ଜନମ

ଲଭିଛି ତାହାର ପ୍ରୀତି।

ଯୋଉଁଠି ଉତ୍ତମ ଗୁଣର ସଂଗମ

ମହୀୟାନ ଯା’ ସଂସ୍କୃତି।

ପୁଣ୍ୟ ମହାନଦୀ ଗଙ୍ଗା ବ୍ରହ୍ମପୁତ୍ର

ବାଣ୍ଟିଦିଏ ମିଠା ଜଳ।

ହିମାଳୟ ବିନ୍ଧ୍ୟଗିରି ଗୋବର୍ଦ୍ଧନେ

ପରିପୂର୍ଣ୍ଣ ଔଷଧ ଓ ଫଳ।

ଲତା ଗୁଳ୍ମେ କାହିଁ କେଦାରେ କେଦାରେ

ସୁଷମା ମଣ୍ଡିତା ହୋଇ।

କେବେ ସବୁଜ ଶ୍ରୀ କେବେ ସ୍ଵର୍ଣ୍ଣେ ଧାନେ

ଯାଏ ସେ ରଙ୍ଗିନ ହୋଇ।

ବିହଙ୍ଗମ ଯା’ର କାକଳି ମଧୁର

ହରିଣ ବାଛୁରୀ ନାଟ।

ସମୀରଣ ତାର ସୁସ୍ଥ ସୁନିର୍ମଳ

ଲହରାଏ ବେଣା ପାଟ।

ପୁରୀ କୋଣାରକ ତାଜମହଲ ଓ ଖଜୁରାହ

ରହିଛି ଅନେକ କୀର୍ତ୍ତି।

ପୁଣ୍ୟମୟୀ ମୋର ଭାରତ ମାତାର

ଅଛି ଅନେକ ସଂପତ୍ତି।

ରତ୍ନଗର୍ଭା ତାର ଖଣି ଓ ଖାଦାନ

ଶ୍ରମିକ ଯାହାର ପୁତ୍ର।

ବୀରତ୍ଵ କ୍ଷେତ୍ରରେ ଓଡିଆ ପାଇକ

ରାଜସ୍ଥାନୀ ରଖିଛି ଟେକ।

ରାଣା ପ୍ରତାପ ଶିବାଜୀ ଲକ୍ଷ୍ମୀବାଇ

ଭଗତ ଲାଲ ବାଲ ଓ ପାଲ।

ଅନେକ ବୀରଙ୍କୁ ଜନ୍ମିଛି ଏ ଦେଶ

ଯିଏ ଅରାତିର ପାଇଁ କାଲ।

ପ୍ରେମ ବନ୍ଧୁତ୍ଵରେ ରହିଛି ଉର୍ଦ୍ଧରେ

ସମସ୍ତଙ୍କୁ ଆଶ୍ରା ଦେଇ।

ବିଶ୍ଵାସ ଘାତିର ପହାର ଖାଇଛି

ବିଦେଶୀଙ୍କୁ ସରଣ ଦେଇ।

ଏ ଦେଶେ ବସନ୍ତି ଅନେକ ଧର୍ମ ଜାତି

ହେଲେ ଏକ ଜାତୀୟତା।

ସମସ୍ତଙ୍କ ଦେହେ ଗୋଟିଏ ରକତ

ମାଆ ଯା ଭାରତ ମାତା।

ମାଧବୀ ପଟେଲ।

ସ୍ଵାଧୀନତା ଦିବସର ଅଭିନନ୍ଦନ ସମସ୍ତଙ୍କୁ ମୋ ତରଫରୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational