STORYMIRROR

Madhabi Patel

Inspirational

2  

Madhabi Patel

Inspirational

ଅଗଷ୍ଟ ପନ୍ଦର ଆଜି।

ଅଗଷ୍ଟ ପନ୍ଦର ଆଜି।

1 min
13.7K


ଅଗଷ୍ଟ ପନ୍ଦର ଆଜି।

ଚାରୁ ହାସ୍ୟମୟୀ ଚାରୁଲାସ୍ୟମୟୀ

ହିମାଦ୍ରୀ କିରିଟୀ ଶୋଭିତା।

ବ୍ରହ୍ମପୁତ୍ର ଗଙ୍ଗା ଶିଖରୁ ସଂଭୁତା

ପାଦ ପ୍ରକ୍ଷାଳଇ ସରିତା।

ସାଗର ଖେଳଇ କୋଳରେ ତାହାର

ଶବ୍ଦମୟ ଗୁରୁ ଗମ୍ଭୀର।

ଫେନୀଳ ଉତ୍ତାଳ ଲହରୀର ମାଳ

ଅବିରତ ଚଳଚଞ୍ଚଳ।

ରତ୍ନରଭଣ୍ଡାର ଏଇ ରତ୍ନାକର

ରତ୍ନଗର୍ଭାଏଇ ମରତ।

ତାଳ ତମାଳର କିରୀଟ ଧାରିଣୀ

ସବୁଜିମା ଟାଣି ପଣତ।

କାନନ କେଦାର ପର୍ବତର ମାଳ

ପରିପୂର୍ଣା ଧିରା ଗମ୍ଭୀରା।

ପାଳଇ ଅତିଥୀ ଦେଇଣ ସମ୍ମତି

ଆତିଥେୟତାର ଆସରା।

ଦୟା କୃପା କ୍ଷମା ଯାହାର ନୀୟମ

ସନ୍ତୋଷ ସରଳ ଜୀବନ।

ଭାରତ ମୋ ଦେଶ ଯେଉଁଠି ଜନମ

କରିବି ସଦା ତା ରକ୍ଷଣ।

ବଳିଦାନୀ ଯାରବୀର ବୀରାଙ୍ଗନା

ଦେଇଛନ୍ତି ଢାଳି ରୁଧିର।

ସ୍ବାଧିନତା ଟାଣି ଆମକୁ ଦେଇଗଲେ

ଆଜି ସେ ଅଗଷ୍ଟ ପନ୍ଦର।


ମାଧବୀ ପଟେଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational