STORYMIRROR

Madhabi Patel

Others

2  

Madhabi Patel

Others

ଗହ୍ମା ପୁର୍ଣିମା।

ଗହ୍ମା ପୁର୍ଣିମା।

1 min
14.3K


ଗହ୍ମା ପୁର୍ଣିମାରେ ବଳରାମ ଜନ୍ମ

ପୁଣି ରକ୍ଷା ବନ୍ଧନର ଦିନ।

ଗଙ୍ଗାଧର ମେହେର ଜନ୍ମ ଦିନ

ଏହା ଅତ୍ୟନ୍ତ ମହତ୍ବ ଦିନ।

ଭାଇ ଭଉଣୀର ସ୍ନେହର ସଂପର୍କ

ରକ୍ଷା ବନ୍ଧନର ଦିନ।

ଭଉଣୀ ବାନ୍ଧଇ ରାକ୍ଷୀ ଟିଏ ହାତେ

ନେଇ ସୁରକ୍ଷା ବଚନ।

ରାକ୍ଷୀ କରିଦିଏ ପରକୁ ନିଜର।

ହେଉ ଅନ୍ୟ ଜାତି ଧର୍ମ।

ଆକବର ଦିନେ ଭାଇ ବନିଯାଇ

ରଖିଥିଲେ ୟାର ମାନ।

ଦୌପଦୀ ବାନ୍ଧିଥିଲେ ଶାଢୀ କାନୀ ଖଣ୍ଡେ

କୃଷ୍ଣଙ୍କ ହାତର କ୍ଷତେ।

ସେଇ ବନ୍ଧନର ମାନ ରଖିବାକୁ

କୋଟିବସ୍ତ୍ର ଦେଲେ ଏତେ।

ଏ ରେସମ ଡୋରି ମହତ୍ବ ଏପରି

ମର୍ୟଦା ବିଶ୍ବାସ ନେଇ।

ଦୁଇଟି ଲୋକକୁ ବାନ୍ଧି ଦେଇପାରେ

ଶ୍ରଦ୍ଧା ଓ ସମ୍ମାନ ଦେଇ।


ମାଧବୀ ପଟେଲ।


Rate this content
Log in