ସମାଜକୁ ବାର୍ତ୍ତା
ସମାଜକୁ ବାର୍ତ୍ତା
ବହୁତ ଲୋକଙ୍କୁ ଦେଖୁଛି ସମାଜେ
ନିଜ ରଙ୍ଗ ବଦଳାନ୍ତି,
ବୟସ ବଢିଲେ ସେହି ଲୋକ ପୁଣି
ଢ଼ଙ୍ଗ ବି ବଦଳିଦ୍ୟନ୍ତି ।
ଯାହାର ହାତର ସଂକେତ ମିଳିଲେ
ପଥର ବି ଥରି ଯାଏ,
ସମୟ ଆସିଲେ ସେହି ହାତ ଦିନେ
ଥର ଥର ହେଉଥାଏ ।
ଯଦି ଭାବେ କେହି ଚିତ୍କାର କରିଣ
ସତ୍ୟକୁ ମିଥ୍ୟା କରିବ,
ସତ୍ୟ ପରା ଅଟେ ଶୁଭ୍ର ଓ ଉଜ୍ଜ୍ୱଳ
କେହି କେବେ ନ ପାରିବ ।
ଯୌବନର ଶକ୍ତି ଧନ ଓ ସମ୍ପତ୍ତି
ଏତ ଈଶ୍ୱରଙ୍କ ଦାନ,
ଏହି ପାଇଁ ଏତେ ଗର୍ବ ଅହଙ୍କାର
ଅଯଥାରେ କରୁ ମନ ।
ଯାହା ମୁଁ ଦେଖୁଛି ତାହା ମୁଁ ଲେଖୁଛି
ଆଜିର ସମାଜ କଥା,
ସେହି କଥା ପାଇଁ ଆଜି ସମାଜକୁ
ଦେଉ ଅଛି ଏହି ବାର୍ତ୍ତା ।
ଖୁସି କରିପାର ଯଦି କାହାରିକୁ
ସମସ୍ତ ଙ୍କୁ ଖୁସି ଦିଅ,
ଦୁଃଖ ଦେବା ପାଇଁ ବହୁତ ଅଛନ୍ତି
ତହିଁରୁ ଦୁରରେ ରୁହ ।
