SM BOSSକାର୍ଯ୍ୟ ୬ ପୋଖରୀ ତୁଠ ପଥର
SM BOSSକାର୍ଯ୍ୟ ୬ ପୋଖରୀ ତୁଠ ପଥର
ପୋଖରୀ ତୁଠ ପଥର
ଯେତେ ଘଷିମାଜି ହୋଇ ହଳଦି ମାଖିଲେ
ଭାଇନା ମନ କି ଆଉ ତୋ ପାଖେ ବନ୍ଧା ରହିବ
ମଇଁଷି ପିଠିରେ ବଗ
ମୋ କଥା ମାନି,ନାଲି ଲିପଷ୍ଟିକ
ଓଠରେ ମାଖେ ମୋ ନାନୀ
ଭାଇନା ବିଦେଶରୁ ବେଗେ ଆଇବ
କି ବେଳେ ଭାଇନା ଘରୁ ଗୋଡ କାଢିଥିଲା
ସତିଆନାଶିଆ ଭୁଆଁ ଟା ବାଟ ଓଗାଳିଲା
ତତେ ଯାହା ଏତେ କଷଣ ସହିବାର ଥିଲା
ଡାମେରା କାଉ ଚାଳରେ ବସି ରାବେ ରାଉ,ରାଉ
କୋଉ ବଡ଼ କୁଣିଆ ଆଉ ତୋ ଘରେ ଆସିବେ ଠା,ପାଣି ସଜ ହେଉ
ବାଆଁ ଆଖି ଫଡଫଡ ,ଛଅ ମାସ ହେଲା ତୋ ଗେରସ୍ତ ଯାଇଚି
ଚିଠିରେ ଆସିବା ଖବର ଆଜି ଆସି ପହଞ୍ଚିବ
ସଞ୍ଜ ନଇଁଲାଣି,ଚଢ଼େଇ ଗଲେଣି ନୀଡେ
କାହିଁକି ଭାଇନାକୁ ଭାବି ମୁହଁ ଶୁଖେଇଚୁ
ଶୁଭ ସମାଚାର ଆସିବ