STORYMIRROR

Amita Dash

Abstract Classics Inspirational

3  

Amita Dash

Abstract Classics Inspirational

SM BOSSକାର୍ଯ୍ୟ ୬ ପୋଖରୀ ତୁଠ ପଥର

SM BOSSକାର୍ଯ୍ୟ ୬ ପୋଖରୀ ତୁଠ ପଥର

1 min
228


ପୋଖରୀ ତୁଠ ପଥର

ଯେତେ ଘଷିମାଜି ହୋଇ ହଳଦି ମାଖିଲେ

ଭାଇନା ମନ କି ଆଉ ତୋ ପାଖେ ବନ୍ଧା ରହିବ

ମଇଁଷି ପିଠିରେ ବଗ

ମୋ କଥା ମାନି,ନାଲି ଲିପଷ୍ଟିକ

ଓଠରେ ମାଖେ ମୋ ନାନୀ

ଭାଇନା ବିଦେଶରୁ ବେଗେ ଆଇବ

କି ବେଳେ ଭାଇନା ଘରୁ ଗୋଡ କାଢିଥିଲା

ସତିଆନାଶିଆ ଭୁଆଁ ଟା ବାଟ ଓଗାଳିଲା

ତତେ ଯାହା ଏତେ କଷଣ ସହିବାର ଥିଲା

ଡାମେରା କାଉ ଚାଳରେ ବସି ରାବେ ରାଉ,ରାଉ

କୋଉ ବଡ଼ କୁଣିଆ ଆଉ ତୋ ଘରେ ଆସିବେ ଠା,ପାଣି ସଜ ହେଉ

ବାଆଁ ଆଖି ଫଡଫଡ ,ଛଅ ମାସ ହେଲା ତୋ ଗେରସ୍ତ ଯାଇଚି

ଚିଠିରେ ଆସିବା ଖବର ଆଜି ଆସି ପହଞ୍ଚିବ

ସଞ୍ଜ ନଇଁଲାଣି,ଚଢ଼େଇ ଗଲେଣି ନୀଡେ

କାହିଁକି ଭାଇନାକୁ ଭାବି ମୁହଁ ଶୁଖେଇଚୁ

ଶୁଭ ସମାଚାର ଆସିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract