Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ସ୍ଵଳ୍ପ ସଞ୍ଚୟ ଦିବସ

ସ୍ଵଳ୍ପ ସଞ୍ଚୟ ଦିବସ

1 min
339



ସ୍ଵଳ୍ପ ରୋଜଗାର ଅଭାବ ସଂସାର 

       ମ୍ରିୟମ୍ରାଣ ଗୃହକର୍ତ୍ତା , 

ପରିବାର ବୋଝ କରେ ଅସ୍ତବ୍ୟସ୍ତ 

      ଘାରେ ନିତି ଅର୍ଥ ଚିନ୍ତା । 


 ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣେ ଇଚ୍ଛା , 

       ସୁଖର ସମୃଦ୍ଧି ପାଇଁ , 

ସ୍ଵଳ୍ପ ସଞ୍ଚୟକୁ  ବଢ଼ାଅ ଆଗକୁ 

     ଆଗଭର ହୋଇ ଭାଇ । 


ଫୁଲେ ଫୁଲେ ହୋଇ ପୁରିବ ଚାଙ୍ଗୁଡ଼ି 

      ସଞ୍ଚୟ ଖାତାଟି ଖୋଲ , 

ସମର୍ପଣ ବୋଲି ମନେ ମନେ ଚିନ୍ତି 

      ମାଗନି  ସଅଳେ ମୂଲ । 


ସରକାରୀ ଘରେ  ଧନ ସୁରକ୍ଷାରେ

     ଏକଥା ହେଜିବ ମନେ ,

ଅଛି ଡାକଘର ସରକାରୀ କଳ 

     ଉପଯୋଗ କର ଜନେ । 


ଅଚିରେ ଘୁଞ୍ଚିବ ଅର୍ଥର ଦୁର୍ଦ୍ଦଶା  

  ରୋଗଶୋକ ଦୁଃଖ ବେଳେ , 

ସଞ୍ଚିତ ଧନଟା ଦେବ ଆଶ୍ଵାସନା 

    ସମୟର ତାଳେ ତାଳେ । 


ଅଭାବ କଷଣ ହେବ ଦୁରୀଭୂତ 

     ସଞ୍ଚିୟ କୁ ସାଥୀ କର , 

 ହେଳା କର ନାହିଁ ଖାତା ଖୋଲ ଭାଇ 

      ଖୋଲା ଅଛି ଡାକ ଘର । 


ହେଉ ଅବା ସ୍ଵଳ୍ପ ହେଉବା ଅଧିକ 

      ମନରେ ଉତ୍ସାହ ରଖ , 

ସଞ୍ଚୟ ପ୍ରବୃତି ଆଣିଦେବ ଖ୍ୟାତି 

      ବାର୍ଦ୍ଧକ୍ଯେ କରିବ ସୁଖ । 


ସ୍ଵଳ୍ପ ସଞ୍ଚୟ ଦିବସ ଶୁଭ ଅବକାଶ 

     ହେଜ ମୋର ପ୍ରିୟ ଜନ , 

ସମୃଦ୍ଧି ପଥରେ ଅର୍ଥନୀତି ଚାଲେ 

      ସଞ୍ଚୟେ ଅର୍ଜିଲେ ଧନ । 


କରିବା ସଂକଳ୍ପ ସଞ୍ଚୟ ବିକଳ୍ପ 

     ହେବା ସର୍ବେ ମିତବ୍ୟୟୀ , 

ଖର୍ଚ୍ଚ କାଟ କରି ହେବାତ ସଞ୍ଚୟୀ  

     ମାଆ ଲକ୍ଷ୍ମୀ ନାମ ଧ୍ୟାୟୀ । 


ହସିବ ସଂସାର ସୁଖ ଗନ୍ତାଘର 

       ଟିକି କର୍ତ୍ତବ୍ୟଟି ପାଳ , 

ଧନ୍ୟବାଦ ଯୋଗ୍ୟ ହେବ ଆହେମିତ 

       ସଞ୍ଚୟ ପ୍ରଗାଢ଼ ବଳ । 



Rate this content
Log in

Similar oriya poem from Inspirational