Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash Panigrahi dash

Classics

4.0  

Alhadini Panigrahi dash Panigrahi dash

Classics

ସ୍କନ୍ଦ ମାତା

ସ୍କନ୍ଦ ମାତା

1 min
199


ସୂରୁଜ କଲେଣି ତୋର ସ୍ବସ୍ତି ଗାନ

   ସ୍ବସ୍ତିକ ପୁରୁବେ ଆଙ୍କି

ସ୍କନ୍ଦ ମାତା ତୋତେ ପଂଚମ ଦିନରେ

   ସ୍ବାଗତ କରିବା ଇଚ୍ଛି ।


ସୃଷ୍ଟିର ମଙ୍ଗଳ କାରଣେ ଗୋ ମାତା

  ସ୍କନ୍ଦଙ୍କୁ ଜନମ ଦେଲୁ

ତାରକା ନିଧନ କାର୍ତ୍ତିକେୟ ହସ୍ତେ

   ଏ କଥା ଯେବେ ଜାଣିଲୁ ।


ଶତଦଳ ଦୁଇ ଭୂଜରେ ଶୋଭୋଇ

  ସ୍କନ୍ଦ ଝୁଲନ୍ତି କୋଳରେ

ସିଂହାରୁଢା ହୋଇ ମାଆ ଗୋ ଭବାନୀ

  ବିଜେ କରିଛୁ ମେଢରେ ।


ସ୍ମେରାନନା ସେହି ସ୍ନିଗ୍ଧ ତେଜ ରେ 

   ସୃଷ୍ଟି ଆଜି ତେଜୋମୟୀ

ସପର୍ଯା ଶିଖିନି ସ୍ତବ ବି ଜାଣିନି

  ଗୋ ଶିବାନୀ ମହାମାୟୀ ।


ସୁମନ ଆଣିନି ,ଶଷ୍ପ ବି ତୋଳିନି

    ସମୀହ ଅନୁଭବୁଛି

ସମର୍ପୁଛି ତେଣୁ ନିଜକୁ ଗୋ ମାତ

  ମୁଁ' କାର କୁ କରିଣ ଛି' ଛି' ।


ଶରଣ ପଶୁଛି ଚରଣ ତଳେ ତୋ

   ଶର୍ବାଣୀ ଗୋ ଦୟା କର

ସହେ ପଛେ ମୁହିଁ କ୍ଳେଷ ,ଯାତନା

   ସଂସାରକୁ ସୁଖୀ କର ।


Rate this content
Log in