ସକଳ କାର୍ଯ୍ୟରେ ସର୍ବଦା
ସକଳ କାର୍ଯ୍ୟରେ ସର୍ବଦା
ମନସୁସ୍ଥ ପାଇଁ ଭକ୍ତିଭରେ ଆଉ ଶରଧାରେ ଡା଼କ ମାଆ,
ଜୀବନର ସୁଖ-ଶାନ୍ତି ଲୋଡ଼ାଥିଲେ ଚାଲ ବୁଲିଯିବ ଗାଆଁ ।
ଜ୍ଞାନପାଇଁ ସିନା ପ୍ରକୃତିକୁ ଗୁରୁ କରିବ ନିଷ୍ଠାର ସହ,
ମାନ ଅର୍ଜିବାକୁ କଠୋର ତପସ୍ୟା ସାଧନାରେ ଲାଗିରୁହ ।
ଆୟୁ ବୃଦ୍ଧିପାଇଁ ଖାଦ୍ୟ ପାନୀୟକୁ ନେଉଥିବ ଯତନରେ,
ସ୍ନାଯୁକୁ ସବଳ କରିବାକୁ ହେଲେ ଯୋଗକର ନିର୍ଜନରେ ।
ଜିତିବାକୁ ହେଲେ ସକଳ କ୍ଷେତ୍ରରେ ରଖିଥିବ ମନୋବଳ,
ସମୟକୁ ସଦା ସମ୍ମାନ ଜଣାଇ ବିଶ୍ଵାସକୁ କରଠୁଳ ।
ଈଶ୍ୱରଙ୍କ ଭେଟ ହୋଇବ ସହଜ ଅହଂଭାବ କଲେନାଶ,
ଅନ୍ନପୂର୍ଣ୍ଣା ଲକ୍ଷ୍ମୀ ଆସିବେ ଘରକୁ ସ୍ୱଚ୍ଛଥିଲେ ପରିବେଶ ।
ଆଦରି ଥିବ ଯେ ସତ୍ୟ ନ୍ୟାୟପଥ ଶ୍ରମକୁ ଦେଇ ମର୍ଯ୍ୟାଦା,
ତ୍ୟାଗବଳେ ତା'ର ସ୍ୱପ୍ନହୁଏ ସତ ସବୁ କାର୍ଯ୍ୟରେ ସର୍ବଦା ।
