Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ସକାଳର ପ୍ରତୀକ୍ଷାରେ

ସକାଳର ପ୍ରତୀକ୍ଷାରେ

1 min
257



ତୁମେ ସଖୀ ମୋର ଆଖିର ପଲକ,

 ମୋ ହୃଦୟ ତଳ ଜୋଛନା ଧାର, 

 ତୁମପାଇଁ ସଖୀ କବିତାରେ ମୋର 

 ନିତି ମୁଁ ଦିଅଇ ନୂତନ ସ୍ୱର I


ଏଡିକି ମନେଇ ଝିଅଟିଏ ତୁମେ 

ସବୁ ବୁଝି ପୁଣି ଅବୁଝା ହୁଅ

ପ୍ରୀତି ନିର୍ଝରିଣୀ ପାଦଦେଶେ ବସି

ମନ ଭାବନା ମୋ ଭସାଇ ଦିଅ I


ଆଖିରେ ଆଖିରେ ପ୍ରେମର ଅଞ୍ଜନ

ପିନ୍ଧାଇ ଦେଇଛ ଯତନ କରି

ତୁମରି ସ୍ମରଣେ ଜୁଆରିଆ ମନ

ଖୋଜୁଥାଏ ତୁମ ପ୍ରଣୟ ବାରି I


ମନ ଗହନରେ ପଲ୍ଲବି ଉଠିଲେ

ତୁମରି ପ୍ରେମର ବିଶାଳ ତରୁ

ମନ ଖୋଜି ହୁଏ ତୁମରି ସାନ୍ନିଧ୍ୟ

ତୁମେ କିନ୍ତୁ ସାଜ ଅଟଳ ମେରୁ I


ତୁମ ପ୍ରତିକ୍ଷାରେ ମାଟିପିଣ୍ଡଟେ ମୁଁ

ପଡିଛି ଏଇଠି ଅନନ୍ତ କାଳ

ତୁମ ପରଶରେ ଘୁ଼ଞ୍ଚିବ ଅନ୍ଧାର

ମୋ ପାଇଁ ଆସିବ ନୂଆ ସକାଳ I

     


Rate this content
Log in

Similar oriya poem from Romance