STORYMIRROR

Bijoy Jena

Inspirational

3  

Bijoy Jena

Inspirational

ସକାଳର ଜଣାଣ

ସକାଳର ଜଣାଣ

1 min
376

ବିଚିତ୍ର ତୁମର ଲୀଳା  ଏ ସଂସାର ଲୀଳା ଖେଳା

      ମାୟାବୀ ମାୟାକୁ କେହି ବୁଝି ପାରେନା

ବୟସ ହେଲାଣି ଗତ  ଭକ୍ତି ନୁହଁଇ ଆଗତ

      ଧନ ଦାରା ସୁତେ ଆଉ ମନ ଲାଗେନା

     ମନେ ମୋର ଆସେ ଭାବନା

     ଗତି ମୁକ୍ତି ଧାତା ନାହିଁ ତୁମରି ବିନା!


ସମୟ ଯାଉଛି ବିତି   ମହାକାଳ ସ୍ରୋତେ ନିତି

     ଅଢେଇ ଦିନର ମୋହ ଛାଡି ହୁଏନା

କେଡେ କେଡେ ଜ୍ଞାନୀ ଗୁଣୀ  ମନାମାନୀ ଅଭିମାନୀ

     ଫେରିଛନ୍ତି ଶୂନ୍ୟ ହସ୍ତେ ନାହିଁ ଠିକଣା

      ତବ ପଦେ କରେ ମିନତୀ

     ତୁମ ନାମ ଜପମାଳି ରହୁ ମୋ ମତି!


ହେ ନାଥ ତୁମରି କୃପା  ଝରିପଡ଼ୁ ସରବଦା

     ଏତିକି ପ୍ରାର୍ଥନା ମୋର ତୁମ ପୟରେ

ବିଷୟୁ ବିରାଗ କରି   ତୁମ ଭକ୍ତି ପ୍ରେମ ବାରି

     ସ୍ରୋତରେ ଭସାଇ ନିଅ ଏ ଅଳି କରେ

  .    ତୁହି ପ୍ରଭୁ କଳାବଦନ

    ଶରଣାଗତର ଇଚ୍ଛା କର ପୂରଣ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational