STORYMIRROR

Sujata Dash

Drama

3  

Sujata Dash

Drama

ସକାଳ

ସକାଳ

1 min
488

ବଉଦ ଫାଙ୍କରେ ସୁରୁଜ ଦେଲାରୁ ହସି 

ବୁଢୀମା ମେଲାଏ ଗୀତା ଭାଗବତ ପସରା 

ବାଡ଼ି ପିଣ୍ଡାରେ ବସି

କଅଁଳ ସୁରୁଜ ପୋଇଁବାରେ ଯଦି ଆସ 

ସୀତା ଆଈ! ଏଠି ଆସନ ପକାଇ ବସ

ନାଲି ମୁରୁଜ ହୋଇଯିବ ଢାଳି 

ଜଗତ ଦିଶିବ ତୋରା

ପିଲାମାନେ ହେବେ ଚାଟଶାଳୀ ମୁହାଁ

ସାରଙ୍କର କଡା ତାଗିଦା ପରା

ବାସନକୁସନ ଗଡିଆକୂଳରେ ନିଠେଇ ମାଜେ ବୋଉ 

ଦେଠେଇ ସେଠି ନିତି ହାବୁଡନ୍ତି 

ସାଣଦିଆ ଓଠେ କଥାଗୁଡ଼ା ତାଙ୍କ ଟାଉଁ ଟାଉଁ 

ଖୁଁ ଖୁଁ କାଶି ବୁଧୀନାନି ଝାଟେଇ ପକାଏ ବାଡ଼ି 

ନାଲି ଚା ଆଉ ମୁଢି କଂସା ବୋହୁ ଦେଲାଣି ବାଢି

ହରିଆ ଗୋପାଳି ଖେତ କୁ ଗଲେଣି 

ଫେରିଲା ବେଳକୁ ବେଳ ଲେଉଟାଣି 

ଦାସ ଘର ବୋହୁ ସ୍କୁଲ ମାଷ୍ଟରାଣୀ 

ଭେନିଟି ଝୁଲାଇ ଦେଖାଏ ସେ କେତେ ଠାଣି

ବାଇଆ ଆମର ଶାଗ ପଟାଳି ରେ ପାଣି ଦଉ ଦଉ 

ଡାକ ପକାଇଲା "ଆଲୋ, ଶୁଣି ଯିବୁକି ବୋଉ?"

ବୋଉ ପାଟିକଲା "ରଗାନା ମତେ ତୁ କୋଢିଆ ଟୋକା 

ହାତ ବୁଲେଇଲେ କାମ ହବ ପରା ... 

କିଳିକିଳା ନାଦ ଜମା କରିବୁନି 

ତାଗିଦା ତତେ ମୁଁ କରିଦେଲି"

ସନା ମା ମନ ଭାରି ଆନ୍ଦିଆ 

ଚନ୍ଦ୍ର ଉଦିଆ ସମ ନାତି ତାର ...ଆଜି ତା ଏକୋଇଶିଆ

ବେଳବୁଡ଼ କୁ ନାରାୟଣ ପୂଜା ପୁଣି ଦାସକାଠିଆ

ବିଡି ହାତେ ଧରି ବାପା ଆମର 

ଦାଣ୍ଡ ରୁ ବାଡ଼ିକି ...ହଉଥାନ୍ତି ଖାଲି ନସର ପସର 

ଅଫିସ ଗଲାକୁ ଦିନ ନ ଟା

ବୋଉ ବାଢି ଦେବ କେତେ ଯତନ ରେ 

ଭାତ ଆଉ ତରକାରୀ କେତେ ଠା

ସକାଳ ଟାଇମି କେଡେ ବେଏଗି ଧାଉଁଛି 

ତାଳ ଦେଇ ଯିବା ସମୟ ସାଙ୍ଗରେ 

ଯଦି ଜିଣିବାକୁ ଅଛି | 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama