ସକାଳ
ସକାଳ
ଆସ ତୋଳିବା ଏକ ସୁନ୍ଦର ସକାଳ
ଯେଉଁଠି ଲାଲ୍ ଟୁକୁଟୁକୁ ପୂର୍ବାକାଶ ଥିବ
କିନ୍ତୁ ବିଛାଡି ହୋଇ ପଡିନଥିବ
ଲୋହିତ ରକ୍ତ କଣୀକା
ଜିଅନ୍ତା ସ୍ୱପ୍ନ ଥିବ ନଥିବ କାଳ୍ପନିକ ଗଳ୍ପ
ପରିମାନେ ଲୋଟୁଥିବେ
ଧୂଳିରେ ପୁଣି କାକର ବୁଂଦାରେ
ଗାଧୋଉନଥିବେ ବଳଶାଳୀ ବପୁମାଧ୍ୟମରେ
ଉତ୍ତଙ୍ଗ ଶୀଖରେ ଲୋଟୁଥିବ
ସବୁଜ ବନାନୀ ପୁଣି ନୀଳ ଜଳରାଶୀ
ସେଠି ନଥିବ ଉନ୍ମାଦ ଉଷ୍ମତା
ପୁଣି ବାଇଆଣି ନଦୀ
ପୁଣି ସକାଳକୁ ପଦେ
ହେ ସକାଳ
ଭରିଦେ ସୁଖ ଶାନ୍ତି ଦୟା କ୍ଷମା
ସବୁରି ହୃଦୟେ
ଲିଭିଯାଉ ବ୍ୟଭିଚାର
ଚୋରୀନାରୀ ହିଂସା
ସମସ୍ତେ ଦିଶନ୍ତୁ ସରଳ କୋମଳ
ଶାନ୍ତ ଦିଗବଳୟ
ତୋ କୋଳ ପରି
ତୋ କୋଳ ପରି....