ସଜନୀ ଗୋ
ସଜନୀ ଗୋ
ସଜନୀ ଗୋ ଆଜି ତୁମ ପଣତରେ; ମୋତେ ଦିଅ ଥରେ ବାନ୍ଧି,
କୋମଳ ନିଦ୍ରାରେ ଶୋଇଯିବି ଟିକେ ତୁମ ପ୍ରେମର ଟୀକା ପିନ୍ଧି..!!୧!!
ତୁମ ହାତର ସେ ଶୀତଳ ପରଶ; ଥାପି ଦେଉ ମୋର ଲଲାଟ,
ପ୍ରେମ ନିଶାରେ ମୋତେ ମତୁଆଲା କର; ନ କରି ଛନ୍ଦ କପଟ..!!୨!!
କଳା କବରୀର ରଜନୀଗନ୍ଧାରେ; ସମ୍ମୋହିତ କିମ୍ପା କଲ,
ମୋ ମନ ମନ୍ଦିରେ ତପସ୍ଵିନୀ ସାଜି; ହୃଦୟ ଥରାଇ ଦେଲ..!!୩!!
ନୟନ ଯୁଗଳ ବାଙ୍କ ଚାହାଣୀରେ; କାମନାର ତୀର ମାରି,
ମୁରୁକି ହସରେ ମୁଖେ ହାତ ଦେଇ; ଲାଜରେ ଯାଆନି ସରି ..!!୪!!
ମୁଁ ତୁମ ପ୍ରିୟ ତୁମେ ମୋ ପ୍ରେୟସୀ; ଦୁଇ ଦେହ ଏକ ମନ,
ତୁମେ ମୋ ବିନା ମୁଁ ତୁମ ବିନା; ଏମିତି କି ହୁଏ ଚିନ୍ତନ??!!୫!!

