STORYMIRROR

Bharatabandhu Biswal

Inspirational Thriller Children

4  

Bharatabandhu Biswal

Inspirational Thriller Children

ସଜଗ ହେବା ପ୍ରସ୍ତୁତ

ସଜଗ ହେବା ପ୍ରସ୍ତୁତ

1 min
10


ଆଜି ଗଣରାଜ୍ୟ ଭାରତ ରାଷ୍ଟ୍ରର 

ସ୍ବନକ୍ଷତ୍ର ଅଭ୍ଯୁଦୟ

ମଗ୍ନ ଦେଶବାସୀ ଆନନ୍ଦ ଉଲ୍ଲାସେ

ଆକୁମାରୀ ହିମାଳୟ ।

ପ୍ରତିଟି କଣ୍ଠରେ ହୁଏ ନିନାଦିତ 

ଦେଶାତ୍ମବୋଧ ସଙ୍ଗୀତ 

ତ୍ରିରଙ୍ଗାର ତଳେ ଜନଗଣ ମନ

କେନ୍ଦ୍ରିଭୂତ ସମବେତ ।

ନାହିଁ ଭେଦାଭେଦ ଜାତି ଧର୍ମ ବର୍ଣ୍ଣ 

ସର୍ବେ ଆମ୍ଭେ ଭାରତୀୟ

ହେଉ ସର୍ବାଙ୍ଗୀନ ରାଷ୍ଟ୍ରର ପ୍ରଗତି 

ଏକ ଲକ୍ଷ୍ଯ ଆମ୍ଭ ଧ୍ଯେୟ ।

କାୟମନୋବାକ୍ଯେ ସୁକର୍ତ୍ତବ୍ଯବୋଧେ

ହେବା ଦେଶ ଅନୁରକ୍ତ 

ଦେଶରକ୍ଷା ପାଇଁ ହେବା ଆଗଭର

ହେବା ଆସ ସଙ୍କଳ୍ପିତ ।

ଦେଶ ଓ ଜାତିର ରଖିବାକୁ ମାନ

ନ ହେବା କେବେ କୁଣ୍ଠିତ

ବୃଥା ହେବ ସିନା ଜୀବନଧାରଣ 

ପ୍ରାଣଶକ୍ତି ନିରର୍ଥକ ।

ବୋଲାଇବା ଯୋଗ୍ଯ ଦେଶ ନାଗରିକ

ଯଦି ସତ୍ଯ ଦେଶଭକ୍ତ 

ଫୁଟେ ଟକମକ ଉଷୁମ ରକତ

ସଜଗ ସଦା ପ୍ରସ୍ତୁତ ।

   



Rate this content
Log in

Similar oriya poem from Inspirational