ସଜ କରି ଦିଅ ଘରଣି ରାଣୀ
ସଜ କରି ଦିଅ ଘରଣି ରାଣୀ
ସଜ କରି ଦିଅ ମୋ ଘରଣି ରାଣୀ
ଯିବି ମୁଁ ବିହନ ବୁଣି.
ଆଜି ପରା ଦିନ ଅକ୍ଷୟ ତୃତୀୟା
ବଡ଼ ପରବ ତ ପୁଣି. l
ବଇଶାଖ ମାସ ଶୁକଳ ତୃତୀୟା
ବରଷକେ ଗୋଟେ ଦିନ.
ଶୁଭ ମୁହୂର୍ତ୍ତର ବିଗୁଲ ବଜାଇ
ଧରା ପୃଷ୍ଟେ ଅବତୀର୍ଣ୍ଣ l
ବୀର ପର୍ଶୁରାମ ଭକ୍ତ ଜୟଦେବ
ଏ ଦିନ ଜନମି ଥିଲେ
ରଥ ଅନୁକୂଳ ଚାଷ ଅନୁକୂଳ
ହୁଏ ଧରଣୀ ବୁକୁରେ. l
ସଜ କର ମୋର ଅନୁକୂଳ ସଜ
ବେଳ ହେଉଛି ଉଛୁର
କାଳିଆ ବଳିଆ ବଳଦ ବେକରେ
ଯୋଚି ନେବି ମୁହିଁ ହଳ l
ବେତ ଟୋକେଇରେ ଝୋଟି ଆଙ୍କି ଦେଏ
ଅରୁଆ ଚାଉଳ ବାଟି
କେତେ ରକମର କୋଳି ତୋଳି ଆଣି
ତାଳ ସଜ ଦେଏ କାଟି l
ନୂଆ ଗଉଣିରେ ଧାନ ଭରି ଦେଏ
କୋଡ଼ି କୋଦାଳର ସଜ
ଲଙ୍ଗଳ ବଳଦେ ଝୋଟି ଆଙ୍କି ଦେଏ
ଅନକୁଳ ହେବ ଆଜ l
ଧୂପ ଦୀପ ଭୋଗ ସଜେଇ ରଖିବୁ
ଯିବି ବିଲେ ଧାନ ବୁଣି
ଫେରିଲା ବେଳକୁ ଚାହିଁ ବସିଥିବୁ
ପାଣି ଗରାଟିଏ ଆଣି l
କେତେ ନେତା ମନ୍ତ୍ରୀ ରଖି ତାଙ୍କ କ୍ଷ୍ୟାତି
କରିଥାନ୍ତି ଅନକୁଳ
ଧରଣୀ ମାଆ ତ ଅନେଇ ବସିଛି
ତା ଗେଲ୍ହାପୁଅ ଚାଷୀକୁଳ l
ଆଜି ଶୁଭ ଦିନେ ଶୁଭ ଅନକୁଳ
ଡାକିବା ଜଗତ ସାଇଁ
ସାରା ଜଗତ ତ ଚାହିଁ ବସିଅଛି
ବରଷକ ଦାନା ପାଇଁ l
ଶୁଭ ଆଶୀର୍ବାଦ ଦେବ ପ୍ରଭୁପାଦ
ଶୁଭ ହେବ ଏହି ବର୍ଷ
ଶସ୍ୟ ଶ୍ୟାମଳା ଭରି ଯିବ ଏଠି
ପାଇ ତାଙ୍କରି ପରଶ l
