STORYMIRROR

Gunanidhi Samal

Inspirational

4  

Gunanidhi Samal

Inspirational

ସିପାହୀ

ସିପାହୀ

1 min
23.5K

ଏଇମାନେ ସବୁ ସୈନ୍ୟ

ଚେସରେ କି ସୀମାନ୍ତରେ

ଲଢୁଥାନ୍ତି ଦେଶ ପାଇଁ

ବୋମା,ବନ୍ଧୁକ ହାତରେ।

ପଛଘୁଞ୍ଚା ଦିଅନ୍ତିନି

କେବେ ଜୀବନ ବିକଳେ,

ହୁଏତ ଜୀବନ ଦେବେ

ଶତ୍ରୁର ତୀକ୍ଷ୍ମ କରବାଳେ ।

ପାଦେ ପରେ ପାଦେଯିବେ

ଲଢ଼ିବାକୁ ଶତ୍ରୁ ସାଥେ

ଅଶ୍ବାରୋହୀ ଗଜାରୋହୀ

ଆସୁଥିବେ ଧୀରେ ପଥେ ।

ଇଏ ପଦାତିକ ସୈନ୍ୟ

କରେ ଯେ ସମ୍ମୁଖ ରଣ

ନୁହଁ ପଳାୟନ ପନ୍ଥୀ

ଡରେନା ଦେଖି ମରଣ ।

ଏମାନେ ଜଗନ୍ତି ଦେଶ

ସୀମାନ୍ତରେ କରି ବାସ

କାଟୁଥାନ୍ତି ଦିନରାତି

ଖରା,ବର୍ଷା ଉପବାସ ।

ଧନ୍ୟ ହେ! ସିପାହୀ ତୁମେ

ଧନ୍ୟ ଏହି ଧରାଧାମେ

ତୁମ ଲାଗି ନିଶ୍ଚିନ୍ତରେ

ରହିଛୁ ଶାନ୍ତିରେ ଆମେ।

କେ'କହେ ସୈନିକ ତୁମେ

କିଏ କହେ ପଦାତିକ

କେ କହେ ବୀର ଯବାନ

କେ କହେ ଦେଶ ରକ୍ଷକ ।

ପ୍ରଣାମ ଘେନ ହେ! ବୀର

କରୁ ଆମେ ନତ ଶିର

ତୁମେହିଁ ଯୋଗ୍ୟ ସନ୍ତାନ

ଏହି ଭାରତ ମାତାର ।



Rate this content
Log in

Similar oriya poem from Inspirational