STORYMIRROR

Kishore Nayak

Children

3  

Kishore Nayak

Children

ସିଂହ ରାଜା

ସିଂହ ରାଜା

1 min
338

ଶିଶୁ ଓ କିଶୋର ମାନଙ୍କ ପାଇଁ କବିତାଟିଏ 


ବଜାରେ ବଜା ବାଇଦ ବଜା 

ସିଂହ ଅଟଇ ବଣର ରାଜା ll

ଭଲ୍ଲୁକ ଅଟଇ ମନ୍ତିରୀ ତା'ର 

ବାଘ ସେନାପତି ସୈନ୍ୟ ଦଳର ll

ପରାମର୍ଶଦାତା ଅଟେ ଶୃଗାଳ 

ଅଙ୍ଗରକ୍ଷୀ ତା'ର ହାତୀ, ଗୟଳ ll

ଡାକ ଦବାନବା କରଇ ପାରା 

ସିଂହର ଶାସନ ଜଙ୍ଗଲ ସାରା ll

ସିଂହାସନେ ଦେଖ ବସିଛି ରାଜା 

ସିଂହ ରାଜା ଅଟେ ବାଘ ଭଣଜା ll

ହନୁ ବିରୁଦ୍ଧରେ ବସିଛି ସଭା 

ବିଲେଇ ନାନୀ ସଜାଏ ଗଭା ll

ଫେରାଦ ଦିଅନ୍ତି କୋଇଲି କାଉ 

ସହି ହେଉ ନାହିଁ ହନୁର ଦାଉ ll

ସବୁବେଳେ ଆସି ଭାଙ୍ଗୁଛି ବସା 

ତୁଟିଲାଣି ପକ୍ଷୀ କୁଳଙ୍କ ଆଶା ll

ସିଂହାସନେ ବସି ବଣର ରାଜା 

କହିଲା ହନୁକୁ ମିଳିବ ସଜ୍ଜା ll

ହନୁ ଅପରାଧ ନୁହଁଇ କ୍ଷମ 

ହନୁ ଭାଙ୍ଗିଅଛି ସବୁ ନିୟମ ll

ବାନ୍ଧିଆଣ ତାକୁ ପାଖକୁ ମୋର 

ଅବିଳମ୍ବେ ଆଣି କର ହାଜର ll

ସିଂହର ଆଦେଶେ ଆଣିଲେ ବାନ୍ଧି 

ହନୁ ହେଲା ଶେଷେ ନଜରବନ୍ଦୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children