Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ସିଂଭୂମ ଆଜି ଅତି ଆନନ୍ଦିତ

ସିଂଭୂମ ଆଜି ଅତି ଆନନ୍ଦିତ

1 min
340


ଦେଶର ସର୍ବୋଚ୍ଚ ସ୍ଥାନରେ ସ୍ଥାପିତ ହେଲେଟି ଦ୍ରୌପଦୀ ମୁର୍ମୁ,

ରାଇରଙ୍ଗପୁର ଜନ୍ମ ସ୍ଥାନ ଯାର

ଉତ୍କଳ ଭୁଇଁର ମୁର୍ମୁ।


ମୟୂରଭଞ୍ଜ ଟି ଓଡିଶାର ଜିଲ୍ଲା ଜନ୍ମ ଟି ଏହୁ ଜିଲ୍ଲାରେ,

ଜିଲ୍ଲାର ସମ୍ମାନ ଦ୍ରୌପଦୀଙ୍କ ଯୋଗୁଁ

ଗୁଞ୍ଜେ ଆଜି ଧରଣୀରେ।


୧୫ତମ ସେହୁ ହେଲେ ରାଷ୍ଟ୍ରପତି ଅଭିନନ୍ଦନଟି ଆମ

ପଚିଶ ଜୁଲାଇ ନେବେ ସେ ଶପଥ

ସନ୍ଥାଲି ଜନନୀ ଆମ।


ଉତ୍କଳ ମହିଳା ଓଡ଼ିଆ ଭାଷୀ ସେ ଜନହୀତେ ନିତ୍ୟେ କାମ,

କୋଡ଼ିଏ ଜୁନ ୧୯୫୮ ଖ୍ରୀଷ୍ଟ

ହୋଇ ଥିଲା ତାଙ୍କ ଜନ୍ମ।


ରାଜନୀତି ଆଗେ ଶିକ୍ଷକ ସେ ଥିଲେ ଜନ କଲ୍ୟାଣରେ ମନ

ସ୍ବାମୀ ପୁତ୍ର ମୃତ୍ୟୁ କରିଲା ଦୁଃଖିତ

ତାଙ୍କରି ଚିନ୍ତାରେ ମନ।


ବିଚଳିତ କାହିଁ ଜନକଲ୍ୟାଣରୁ ଶକ୍ତି ରୂପା ନାରୀ ମୁର୍ମୁ

ରାଜନୀତି ପଦେ ସ୍ଥାପିତ ସେ ହେଲେ

କର୍ତ୍ତବ୍ୟନିଷ୍ଟାର ମୁର୍ମୁ।


ହେଲେ ରାଜ୍ୟପାଳ ଝାଡ଼ଖଣ୍ଡ ରାଜ୍ୟେ ନିସ୍ବାର୍ଥର ପ୍ରତିମୂର୍ତ୍ତି

ଉନ୍ନତି ନିମନ୍ତେ ଆଦିବାସୀଙ୍କର

କର୍ତ୍ତବ୍ୟର ପ୍ରତିମୂର୍ତ୍ତି।


ଦ୍ରୌପଦୀଙ୍କ ତ୍ୟାଗ ଧର୍ଯ୍ୟର କାହାଣୀ ଶିକ୍ଷା ଦିଏ ଜନଜନ

ଆନନ୍ଦ ଖୁସିର ପବନ ବହୁଛି

ରାଷ୍ଟ୍ରେ ଉତ୍ସବର ଦିନ।


ସର୍ବୋଚ୍ଚ ପଦରେ ଆଦିବାସୀ ନାରୀ ମନେ ଆଜି କୁତୁହୋଳ

ସର୍ବୋଚ୍ଚ କାର୍ଯ୍ୟରେ ସର୍ବୋତ୍ତମ ପଦ

ନାରୀର ଜନ୍ମ ସଫଳ।


ଧନ୍ଯ ଜଗନ୍ନାଥ ଧନ୍ୟହେ ମହିମ ଉତ୍କଳରୁ ରାଷ୍ଟ୍ରପତି

ଦ୍ରୌପଦୀ ମୁର୍ମୁକୁ କଲୁ ରାଷ୍ଟ୍ରପତି

ଅଟୁ ତୁ ଜଗତ ପତି।


ସମ୍ମାନ ମିଳିଲା ଓଡ଼ିଆ ଭାଷୀଙ୍କୁ ତହିଁ ପୁଣି ଆଦିବାସୀ

ରାଷ୍ଟ୍ରରେ ଉତ୍ସବ ଗୁଞ୍ଜନ କରୁଛି

ଉତ୍ସବରେ ଦେଶବାସୀ।


Rate this content
Log in

Similar oriya poem from Abstract