ବାଲିତୃତୀୟା
ବାଲିତୃତୀୟା
ଓଁ ନମଃ ନମଃ ଶିବାୟ
ବାରେ କ୍ଷମା କରି ଦିଅ
କୋପେ ବର ଅବା ତପେ ବର
ଯାହା ଦେବ ତାହା ଗ୍ରହଣୀୟ
ତଥାପି ମାଗୁଛି କ୍ଷମା କରିଦିଅ ।
ଜାଣି ଜାଣି କେହି କରେନି ଭୁଲ
ତଥାପି ଭୁଲର ଦଣ୍ଡ ଦିଅ ମତେ
ପରିବାରକୁ ଘଣ୍ଟଘୋଡାଇ ସତେ
ହେ ଶିବ ନମଃ ନମଃ କରୁଣାମୟ
ହେ ଶିବାପତି ବାରେ କ୍ଷମା ଦିଅ ।
ଏମିତିରେ ଆଜି ଭୋଗେ ଅଭିଶାପ
ଭୁଲି ଗଲିଣି ମୁଁ ସବୁ ଜପ ତପ
ସଂସାରେ ସଂସାରୀ ଯାଇଛି ହୋଇ
ସଂସାର କୁ ରଖ ହେ ଦୟାମୟ
କ୍ଷମା କର ନାଥ ବାରେ କ୍ଷମା ଦିଅ ।
ମୁଁ ଜାଣିଛି ତୁମେ ସବୁ ବୁଝିପାର
ସେପାଇଁ ପା ମୋ ମନ ଗନ୍ତାଘର
ଲୋଡ଼େ ସଦା ତୁମ ଆଶ୍ରୟ
ରକ୍ଷାକର ବାରେ ଅନାଦି ଅନନ୍ତମୟ
ଜଣାଣ କରେ ମୁଁ ଅତୁରେ କ୍ଷମାଦିଅ ।
କିଏ କହେ ତୁମେ ସଂହାରକର୍ତ୍ତା
ମୁଁ ଜାଣିଛି ମୋ ଭାଗ୍ୟ ଵିଧାତା
ତୃତୀୟ ନୟନ ଫେଡ଼ି ମୋ ପାଇଁ
ରକ୍ଷାକର ବାରେ ସାଇଁ ଜଗତମୟ
ପାଦେ ମୁଁ ପଡୁଛି ଥରେ କ୍ଷମା ଦିଅ ।
ସତୀ ଶିରୋମଣି ପାର୍ବତୀ ମାତ
କାର୍ତ୍ତିକେୟ ସଙ୍ଗେ ଗଣନାଥ ପୁତ୍ର
ସନ୍ତୋଷୀ ପରି କନ୍ୟା ପୂଜନ୍ତି ସର୍ବତ୍ର
ଜୟ ମହେଶ୍ୱର ହେ ଶିବ ଜୟ ଜୟ
ଗୁହାରି କରୁଛି କ୍ଷମା କରିଦିଅ ।
ବାଲିତୃତୀୟାରେ ତୁମରି ଏ ବ୍ରତ
କରି ସାଧବାଏ ଜିଣନ୍ତି ସାରା ଜଗତ
ସାହା ହୁଅ ନାଥ ମନ ଓ ହୃଦୟ ଶତତ
ତୁମ ପାଦପଦ୍ମ ଧ୍ୟାୟି ନିତ୍ୟ ମହାକାୟ
ମିନତି ମୋହର ବାରେ କ୍ଷମା ଦିଅ ।
ଶୁଭେ ହୁଳହୁଳି ଘଣ୍ଟ କାହାଳୀ
ସ୍ୱର୍ଗରୁ ଦେବଦେବୀ ଦେଉଛନ୍ତି ତାଳି
ମେଳ ହୋଇ ଦେଖ ବାଳା ଓ ବାଳି
ପୂଜିବେ ତୁମକୁ ହେ ତ୍ରୟୀଲୋକ୍ୟମୟ
ମିନତି ମୋହର କ୍ଷମା ବାରେ କରିଦିଅ ।।
