STORYMIRROR

Subhalaxmi Nayak

Abstract

4  

Subhalaxmi Nayak

Abstract

ନଈ

ନଈ

1 min
407

କୁଳୁକୁଳୁ ନାଦ କରି ଯାଉଛି ସେ ବହି

ନାଁ ଟି ତାହାର ଅଙ୍କାବଙ୍କା ନଈ....


ବରଷା ଋତୁରେ କୂଳ ଉଛୁଳି ଖାଏ

ଖରା ହେଲେ ଧାର ବୋଲିଣ ଥାଏ

କେତେ ଗାଁ କେତେ ସହର ଦେଇ

ସାଗରେ ସଂଗମ ମୁହାଁ ହୁଏ ସେହି

ନାଁ ଟି ତାହାର ଅଙ୍କାବଙ୍କା ନଈ....


ଚାଷୀଭାଇର ସେ ପରାଣ ମିତ

କୁଳ ଭୁଆସୁଣୀ ତା କୂଳେ ଗାଏ ଯେ ଗୀତ

ଅନେକ ସୁଖଦୁଃଖର ସାଥୀ ଯେ ସେହି

ନାଁ ଟି ତାହାର ଅଙ୍କାବଙ୍କା ନଈ....


ବଢ଼ି ଆସେ ଯେବେ ତାର ବକ୍ଷରେ

ଚହଳ ପଡ଼ଇ ତଳ ଅଞ୍ଚଳେ

ତାର ସୁଅରେ କେତେ ହାନି ହୁଅଇ

ନାଁ ଟି ତାହାର ଅଙ୍କାବଙ୍କା ନଈ....


ନାଉରିଆ ଜାଣେ ତୋର ଅକାତ କାତ

ବେଉସା ତାହାର ତୋହରି ହାତେ

ସକଳ ପ୍ରାଣୀଙ୍କର ଆଧାର ହୋଇ

ନାଁ ଟି ତାହାର ଅଙ୍କାବଙ୍କା ନଈ.... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract