Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anupama Sahu

Abstract

4  

Anupama Sahu

Abstract

ତୁମ ନୀରବତା

ତୁମ ନୀରବତା

1 min
550



॥୧॥

ଆଜି ମୁଁ ଆହତ ବେଦନା ପୀଡିତ

ଦେଖି ତୁମ ନୀରବତା ।

ତୁମରି ସ୍ଥାନରେ ପାଉ ଅଛି ଏବେ

ଦୁନିଆଁର ଚଞ୍ଚକତା ॥

॥ ୨॥

ଛଳନାର ମୁଖା ଢାଙ୍କି ହୋଇ କିଆଁ

ବିଶ୍ୱାସଘାତ କରିଲ ?

ଜୀବନ ପାତ୍ରରେ ପ୍ରେମ ବଦଳରେ

ହଳାହଳ ଭରିଦେଲ ॥

॥ ୩॥

ଜୀବନର କକ୍ଷପଥେ ଉଭା ହେଲ

ଧୂମକେତୁଟିଏ ହୋଇ ।

ବିବସନା କଲ କୌରବ ସଭାରେ

ଦ୍ରଉପଦୀ ହେଲି ମୁହିଁ ॥

॥ ୪॥

ଚିରଦିନ ମୋର ହୃଦ ସିଂହାସନେ

ଆସୀନ ହୋଇଛ ତୁମେ ।

ବିଚଳିତ ନୁହେଁ ମାନସହଂସ ମୋ

ପବିତ୍ର ପରମ ପ୍ରେମେ ॥

॥ ୫॥

ତୁମରି ପରଶ ଉଷୁମ ନିଃଶ୍ୱାସ

ଅନୁଭବେ ମରମରେ ॥

ଆଖିଟିକେ ବୁଜି ପାରୁନାହିଁ ଏକା

ଅଛି ତୁମ ପ୍ରତୀକ୍ଷାରେ ॥

॥୬॥

ପବନରେ କାଳେ ତୁମର ବାରତା

ଆସିଯିବ ଭାସିଭାସି ।

ମନର ଅନ୍ଧାରୀ ଇଲାକା ଉଜଳି

ଉଠିବ ପାଇବି ଖୁସି ॥

॥୭॥

ଏତେଦିନ ଯାଏଁ କଥା ହୋଇନାହିଁ

ବୋଲି ଆବୋରେ ଶୂନ୍ୟତା ।

ହତାଶ ପଣଟା ମାଡି ବସେ ମତେ

ମନେ ଘାରେ ବିବଶତା ॥

॥୮॥

ଅସହ୍ୟ ଯାତନା କରେ ଆନମନା

ମୋତେ ତୁମ ନୀରବତା ।

ସ୍ମୃତିର ବିଜନ ବେଳାରୁ ସାଉଁଟେ

ଅତୀତ ସୁଖ ମୁକୁତା ॥

॥୯॥

ତୁମକୁ ମୁଁ ଖୋଜେ ଚକ୍ଷୁ ନୀରେ ଭିଜେ

ସଞ୍ଜ ଆଉ ସକାଳରେ ।

ନିର୍ଜନ କୋଠରୀ ଭିତରେ ବିଳପି

ମନର ଚକୋରୀ ଝୁରେ ॥

॥୧୦॥

ତଥାପି ରଖିଛି ଆଶାକୁ ବଞ୍ଚାଇ

କାଳେ ତୁମେ ଯିବମିଳି ?

ତୁମବିନା ଆଉ ବଞ୍ଚି ହୁଏନାହିଁ

ମନ ଦେହ ଉଠେ ଜଳି ॥

॥୧୧॥

ବିରହ ନିଆଁର ଧୂଆଁରେ ବିକଳ

ହେଉଛି ହୃଦୟ ମୋର ।

ଆସ ପ୍ରିୟତମ ଅନ୍ତରେ ମମ

ପ୍ରାଣ ଶାନ୍ତ ଲଭୁ ମୋର ॥

॥୧୨॥

ମେଞ୍ଚା ମେଞ୍ଚା ଛଳନାର ଅମ୍ଲଢାଳି

ଦେଲ ମିଛ ପ୍ରତିଶ୍ରୁତି ।

ଭଲପାଇବାର ମିଠା ପ୍ରତାରଣା

ତୁମ ନୀରବତା ଇତି ॥



Rate this content
Log in

Similar oriya poem from Abstract