ଶରତ
ଶରତ
1 min
287
ଶୁଭ୍ର ସୁହାଗିନୀ ବର୍ଷାନୁଗାମିନୀ
ଯେବେ ଛୁଇଁ ଦିଏ ଧରା,
ଗଗନ ଦିଶଇ ସ୍ବଚ୍ଛ ନିରିମଳ
ମରତେ ସୌନ୍ଦର୍ଯ୍ୟ ଭରା ।
ନଦୀ ପଠା ଠାରୁ ରାସ୍ତାର ପାରୁଶେ
କାଶତଣ୍ଡି ଫୁଲ ହସେ,
କଳ୍ପନା ରାଇଜେ ଭାବନା ଭ୍ରମର
ଶବଦ ସାଉଁଟି ବସେ ।
କାଗଜ ବକ୍ଷରେ ଲେଖନୀ ମୁନରେ
ଶବଦ ସଜେଇ ଦିଏ,
କବିତା ସୁନ୍ଦରୀ ହସେ କିରିକିରି
ପାଠକ ମନକୁ ଛୁଏଁ ।
ଦୁର୍ଗତି ନାଶିନୀ ଜଗତ ଜନନୀ
କରନ୍ତି ମରତେ ବିଜେ,
ଭକତି ନୈବେଦ୍ୟ ବାଢି ଦେଇ ଭକ୍ତ
ଭାବ ପୁଷ୍ପ ଦେଇ ପୂଜେ ।