Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KSHIRADRI SAHU

Abstract

4  

KSHIRADRI SAHU

Abstract

ଶେଷଇଚ୍ଛା ପୂରଣ ହେଉ ମହାବାହୁ

ଶେଷଇଚ୍ଛା ପୂରଣ ହେଉ ମହାବାହୁ

1 min
262



ଫୁଲ ଟିଏ ମତେ କରିବନି ପ୍ରଭୁ

  ମଧୂପ ଭ୍ରମର ଖୁମ୍ପି ଦେବେ

  ତନୁ କୁମୋହର ଦଂଶନ କରିବେ

   ପାଖୁଡ଼ା କୁ ମୋର ଝାଡି ଦେବେ।।।

   କେଶବତୀ ନବ ଗଭା ରେ ଖୋସିବ

    ମଉଳିଲେ ତାକୁ ଫିଙ୍ଗିଦବ

    ଶୁଙ୍ଘିବ ଶୁଙ୍ଘିବ ପଥର ପଥିକ 

      ପାଦ ତଳେ ତାକୁ ଦଳିଦେବ।।।

      ବଗିଚା ର ମାଳି କାଟି ନେଇ ଯିବ

       ଟେବୁଲ୍ ଉପରେ ସଜାଡିବ 

       ମଉଳିଲେ ତାକୁ କୁଢ କୁଢ କରି

        ଅଳିଆ ଗଦା ରେ ଫିଙ୍ଗି ଦବ।।।

        ପ୍ରଭଞ୍ଜନ ଧକ୍କା ବୃନ୍ତ ରେ ଲାଗିବ

           ଭୂମି ରେ ପତିତ ହୋଇ ଯିବି

           ବାଲୁକା ଭିତରେ ପୋତି ହୋଇ ଯିବି

            ଜଳ ର ସ୍ରୋତ ରେ ଭାସିଯିବି। ।

            ଦୀପାଳୀ ଟେ ମୋତେ କେବେ କରିବନି

             ବକ୍ଷ ମୋର ଭାଙ୍ଗି ଗୁଣ୍ଡ ହେବ

             ଦଳି ଚକଟିବ କୁମ୍ଭାର ଟି ମତେ

               ରାସ୍ତା କଡେ ମତେ ବିକିଦବ ।।।

               କୁଢ କୁଢ କରି ଦର ଭଙ୍ଗା ତନୁ

                ପଣ୍ଡା ପୁଅ ହାତେ କଚି ହେବି

                ମନ୍ଦିର ପଛରେ ନିଶ୍ଚିହ୍ନ ହୋଇବି

                  ବରଷା ନୀର ରେ ଭାସି ଯିବି।।

                ସଳିତା ଟେ ମତେ କରିଦେବୁ ଯଦି

                   ସମୀରଣେ ମୁହିଁ ଲିଭି ଯିବି

               ଅଧା ଜଳା ଦେହ ଫିଙ୍ଗିବେ ଭକତେ

                 ଅଳିଆ ଗଦା ରେ ମିଶି ଯିବି।।।

               କ୍ଷଣିକ ଆୟୁଷ ଲୋଡା ନାହିଁ ମୋର

                   ବୁଝି କି ପାରିବୁ ଭାବ ମୋର

                 ସମର୍ପିତ କିବା ହୋଇ ମୁଁ ପାରିବି

                ଚରଣ ପଙ୍କଜ ତଳେ ତୋର।।।।

                 ମାନବ ର ଜନ୍ମ ଦିଅ ମହାବାହୁ

                   ଏହି ଅଭିଳାଷ ପୂର୍ଣ୍ଣ ହେଉ

              ଭାବରେ ହଜିବି ନାମ ରେ ମଜିବି

                  ଜଗନ୍ନାଥ ନାମ ତୁଣ୍ଡେ ଥାଉ।।

             ଲେଖନୀ ମୁନରେ ଲେଖୁ ଥିବି ତତେ

                 କଣ୍ଠ ରେ ତତେ ମୁଁ ଜପୁଥିବି

            ପୂର୍ଣ୍ଣ ସମର୍ପିତ ମୋ ପ୍ରାଣ କରିବି

           ଜୀବନ ମୋ ଧନ୍ୟ କରିଦେବି।।।

         ମୋ ସଂସାର ରଥ ଆଶିଷ ରଜୁ ରେ

               ଆଗକୁ ଆଗକୁ ଯାଉ ମାଡ଼ି

           ଜଗନ୍ନାଥ ନାମ ତୁଣ୍ଡେ ଧରି ଧରି

              ପ୍ରାଣ ପିଣ୍ଡ ମୋର ଯାଉ ଛାଡ଼ି।।

                                

    


Rate this content
Log in