STORYMIRROR

SACHALA GURU

Inspirational

3  

SACHALA GURU

Inspirational

ସୀତାଙ୍କ ପତି ନିଷ୍ଠା

ସୀତାଙ୍କ ପତି ନିଷ୍ଠା

1 min
223

ନାରୀ ଜାତିଙ୍କର ପବିତ୍ର ପ୍ରୀତି ର 

  ମିଥିଳାର ରାଜ କନ୍ୟା 

ଜନକ ନନ୍ଦିନୀ ପତି ସୁହାଗିନୀ 

  ଲଭି ଅଛ ଶ୍ରେଷ୍ଠ ମାନ୍ୟା II

ପରମା ସତୀତ୍ୱ ବିଶ୍ୱେ ବିମୋହିତ 

   କି କରିବି ତୁମ ବାଖ୍ୟା 

ମଙ୍ଗଳ ଦାୟିନୀ ଜଗତ ଜନନୀ 

   ରହିଅଛି ତଵ ଆଖ୍ୟା II

ରୂପ ଗୁଣ ଧରି ଲାବଣ୍ୟ ସୁନ୍ଦରୀ 

   ଦଶରଥ ବଧୂ ହେଲ 

ବିଷ୍ଣୁ ଅବତାର ଶ୍ୟାମ ଘନ ରୂପ 

   ରାମକୁ ବରଣ କଲ II


ଲୀଳାମୟଙ୍କର ଲୀଳା ମୟୀ ତୁମେ 

   ନାରୀଙ୍କ ମଉଡ ମଣୀ 

ଦୁଃଖକୁ ମଣିଛ ସୁଖର ପସରା 

   କିଏ ପାରେ ତା ବଖାଣି II

ପ୍ରଭୁ ଶ୍ରୀରାମ ଙ୍କ ସତୀଶିର ମଣି 

   ଧନ୍ୟା ତୁମ ପତି ନିଷ୍ଠା 

ଆଦର୍ଶ ଗୁଣକୁ ପ୍ଲାବିତ କରିଣ 

   ବିଶ୍ୱେରଚ ପରାକାଷ୍ଠା II

ପିତୃ ସତ୍ୟପାଳି ଅରଣ୍ୟ ଗାମିନୀ 

   ପ୍ରଭୁ ଗଲେ ବନ ବାସ 

ପତିର ଦୁଃଖକୁ ସୁଖ ବୋଲି ମଣି 

   ଶେଷରେ ବନେ ନିବାସ II

ପଞ୍ଚବଟୀ ବନେ ରାବଣ ହରଣେ 

   ଅଶୋକ ବନେ ରଖିଲେ 

ପତିର ବିଚ୍ଛେଦ କେତେ ଦୁଃଖ ଭେଦ 

   ଅଙ୍ଗେ ଅଙ୍ଗେ ଲିଭାଇଲେ II

ରାବଣକୁ ମାରି ସୀତାଙ୍କୁ ଯେ ଆଣି 

    କଲେ ଅଯୋଧ୍ୟା ଗମନ 

ଧୋବା ଧୋବଣୀଙ୍କ କଠୋର ଭାଷାରେ 

     ନିର୍ବାସିତ କଲେ ପୁଣ II

ବାଲ୍ମୀକି ଆଶ୍ରମେ କଷ୍ଟ ଯନ୍ତ୍ରଣାରେ 

     ଅତି ବହିତ କରିଲ 

ଆଖିର ଲୁହକୁ ଆଖିରେ ମାରିଣ 

   ସ୍ୱାମୀ ନିଷ୍ଠା ପ୍ରକାଶିଲ II

ଧୈର୍ଯ୍ୟର ଅସୀମ ବସୁଧାର ସମ 

   ନାରୀର ଅମୁଲ୍ୟ ମଣି 

ସ୍ନେହମୟୀ ତୁମେ ପ୍ରେମ ମୟୀ ତୁମେ 

    ଅପୂର୍ଵ ତୁମର ବାଣୀ II

ସତୀତ୍ୱର ନିଷ୍ଠା ଦେଲ ପରା କାଷ୍ଠା 

   ପାତାଳ ଗାମୀ ହୋଇଲ 

ଯୁଗ ଯୁଗ ପାଇଁ ରହିଲା ସୀତାଙ୍କ 

    ଅକ୍ଷୟକୀର୍ତ୍ତି ରଖିଲ ll


ନନିଷ୍




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Inspirational