STORYMIRROR

Satyajit Swain

Romance

3  

Satyajit Swain

Romance

ସୀମାରେଖା

ସୀମାରେଖା

1 min
342


ହୃଦୟ ଭିତରେ ଗଢିଥିଲି ମୁହିଁ 

ଛୋଟ ଏକ କାଚଘର 

ତୁମ ଛଳନାର କୁଠାରାଘାତରେ, 

ହେଲା ସିଏ ଚୁରମାର ||


ଏବେ ମନ ମୋର ପ୍ରତିଟି କାଚକୁ 

ସାଉଁଟିକି କାନ୍ଦିଉଠେ 

ଭରିବାକୁ ଯିଏ ଚାହିଁଥିଲା ଦିନେ 

ଚେନାଏ ହସ ସେ' ଓଠେ ||


ଭଗ୍ନ ମହଲରେ ରହିଅଛି ଆଜି 

ବନ୍ଦୀଟିଏ ମୁହିଁ ସାଜି 

ଆଖି ମୋର ଏବେ ଲୋତକରେ ଭରା, 

ହଜିଛି ମୋ' ସ୍ବପ୍ନରାଜି ||


ଭାବୁଛି କାହିଁକି ଏଇ ଜୀବନରେ 

ତୁମ ସହ ହେଲା ଦେଖା? 

କାହିଁ ଗଲି ଡେଇଁ ପ୍ରେମିକଟେ ସାଜି, 

ମୋ' ମନର ସୀମାରେଖା ||



Rate this content
Log in

Similar oriya poem from Romance