STORYMIRROR

Padmalaya Mishra

Inspirational Others

3  

Padmalaya Mishra

Inspirational Others

ସ୍ଵୀକାରୋକ୍ତି

ସ୍ଵୀକାରୋକ୍ତି

1 min
27.4K


ମା'ର ପଣତ ବାହାରକୁ

ବାପାଙ୍କ ସୁରକ୍ଷା ବଳୟରୁ

ଯେତେବେଳେ ମୁଁ ବାହାରିଲି

ତୋ ହାତ ମତେ ସାହସ ଦେଲା.....

ବୋଉର ପଣତ ପରି

ମୋ ମୁଣ୍ଡ ଝାଳକୁ ପୋଛିଦେଉ

ନିଜ ଓଢଣୀରେ

ବାପାଙ୍କ ପରି ଦେଉ ଉପଦେଶ

ଥିଲେ ହତାଶ ଘେରରେ ।

ଆମେ ସମ ବୟସ୍କ

କିନ୍ତୁ ତୁ ଲାଗୁ ବେଳେବେଳେ

ମା ପରି, ବାପାଙ୍କ ପରି,

ଭାଇନା ଓ ନାନୀ ପରି

ନାହିଁ ରକ୍ତର ସମ୍ପର୍କ

ନାହିଁ ପାଇବାର ଆଶା କି

ହରାଇବାର ଭୟ

ତଥାପି ଲାଗେ ଡର

ତୁ କାଳେ କରିଦବୁ ପର ।

ମୁଁ ପେନସିଲ୍ ହେଲେ ତୁ ରବର

ଥାଉ ପାଖେ ପାଖେ

ଲିଭାଇ ଗଲତି ମୋହର

ଆସିଛି କେତେ ଝଡ

ଆମ ସମ୍ପର୍କରେ,

କରିପାରିନି କିଛି କ୍ଷତି

କାହିଁକି ନା

ଆମେ ଥିଲେ ବିଶ୍ୱାସ ଛତା ତଳେ ।

.................

ଅଲଗା ହୋଇଚେ ଆମେ

ଶରୀରରେ...

ସମସ୍ତେ କୁହନ୍ତି, ଦୁଇ ନାରୀ

କେବେ ହୋଇ ପାରିବେନି ଭଲ ବନ୍ଧୁ

ବିବାହ ପରେ ରହିବେ

ନିଜ ନିଜ ଦୁନିଆରେ

ସ୍ଵାମୀ ପୁତ୍ର କନ୍ୟା ସଂସାରରେ।

ହଁ ସତରେ ତ ଏମିତି ହେଲା

ସାମାଜିକ ପ୍ରଥା

ଆମକୁ ଅଲଗା କରି ଦେଲା

ଏବେ ଆମ ମଧ୍ୟରେ ଯୋଜନ ଯୋଜନ ଦୂରତା

ମାରି ପାରିନାହିଁ ଆମ ଆତ୍ମୀୟତା

ଜଞ୍ଜାଳରେ କେବେ ଯଦି ଥକିପଡେ

ତୁ କଣ କହିଥାନ୍ତୁ ମନେପଡେ

ମିଳିଯାଏ ମତେ ସାହସ

ମୁଖେ ଭରିଥାଏ ହରଷ

ଆମ ବନ୍ଧୁପଣ ଆଗେ ହାର୍ ମାନିଚି

ସମୟ ଓ ବୟସ

ନିର୍ଦ୍ଦ୍ଵନ୍ଦେ ମୋର ସ୍ଵୀକାରୋକ୍ତି

ଆମ ବନ୍ଧୁତା ନୁହେଁ ଖାଲି ଏ ଜନ୍ମ ପାଇଁ

ଆମ ସମ୍ପର୍କ ତ ଜନ୍ମ ଜନ୍ମର ।।

.... ପଦ୍ମାଳୟା


Rate this content
Log in

Similar oriya poem from Inspirational