STORYMIRROR

kahnu charan sahu

Inspirational

3  

kahnu charan sahu

Inspirational

ସିଏ ନାରୀ

ସିଏ ନାରୀ

1 min
237

ସିଏ ନାରୀ

ସବୁ ଦୁଃଖ କ୍ଳେଶକୁ ଅଡେଇଦେଇ

ସମସ୍ତଙ୍କୁ ନିଏ କୋଳେଇ


ନିଜେ ଅସହ୍ୟ

ଯନ୍ତ୍ରଣାକୁ ସହିଯାଏ

ଆଉ କାଆ ଦୁଃଖ ଦେଖି

ଭାଙ୍ଗି ପଡେ


ଅନ୍ୟର ଖୁସି ପାଇଁ

ନିଜ ଖୁସିକୁ ବଳି ଚଢ଼େଇଦିଏ

ପରିବାର ଖୁସିରେ ନିଜେ ଖୁସି ହୁଏ


ଝିଅ ରୁ ବୋହୂ ସାଜି

ଯାଏ ଆଉ କା'ଘର

ରକ୍ତର ସମ୍ପର୍କଠୁ ହୁଏ ସେ ଦୂର

ମନରେ ଥାଏ ଯେତେ କୋହ

ଆପଣାକରଇ ସଭିଙ୍କୁ

ହୃଦୟ ବେଦନାକୁ ଲୁଚେଇ

ଓଠରୁ ଝରେଇ ଦିଏ ମାନମୋହି ହସ


ମାଆ ସାଜି

ଅମାପ ସ୍ନେହ ମମତା

ଅଜାଡି ଦିଏ ସନ୍ତାନଙ୍କ ଠାରେ

ଦୁନିଆର ସବୁ ସୁଖ

ତା ପଣତ କାନିରେ


ପ୍ରିୟତମା ହୋଇ

ବୁଝେ ମନର ବେଦନା

ଅବୁଝା ନାୟିକା ହୋଇ

କେବେ କରେନି ଛଳନା

ହସି ସିଏ ହସାଏ ଦୁନିଆ


ନାରୀ

ସେ ତ୍ୟାଗୀ ସେ ମହାତ୍ମା

ସ୍ବର୍ଗୀୟ ତା ହୃଦୟ

ଅସହ୍ୟ ଯନ୍ତ୍ରଣାକୁ କଟିପାରେ ସହ୍ୟ

ସତରେ ସେ ଖୁବ ମହାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational