ସିଏ ନାରୀ
ସିଏ ନାରୀ
ସିଏ ନାରୀ
ସବୁ ଦୁଃଖ କ୍ଳେଶକୁ ଅଡେଇଦେଇ
ସମସ୍ତଙ୍କୁ ନିଏ କୋଳେଇ
ନିଜେ ଅସହ୍ୟ
ଯନ୍ତ୍ରଣାକୁ ସହିଯାଏ
ଆଉ କାଆ ଦୁଃଖ ଦେଖି
ଭାଙ୍ଗି ପଡେ
ଅନ୍ୟର ଖୁସି ପାଇଁ
ନିଜ ଖୁସିକୁ ବଳି ଚଢ଼େଇଦିଏ
ପରିବାର ଖୁସିରେ ନିଜେ ଖୁସି ହୁଏ
ଝିଅ ରୁ ବୋହୂ ସାଜି
ଯାଏ ଆଉ କା'ଘର
ରକ୍ତର ସମ୍ପର୍କଠୁ ହୁଏ ସେ ଦୂର
ମନରେ ଥାଏ ଯେତେ କୋହ
ଆପଣାକରଇ ସଭିଙ୍କୁ
ହୃଦୟ ବେଦନାକୁ ଲୁଚେଇ
ଓଠରୁ ଝରେଇ ଦିଏ ମାନମୋହି ହସ
ମାଆ ସାଜି
ଅମାପ ସ୍ନେହ ମମତା
ଅଜାଡି ଦିଏ ସନ୍ତାନଙ୍କ ଠାରେ
ଦୁନିଆର ସବୁ ସୁଖ
ତା ପଣତ କାନିରେ
ପ୍ରିୟତମା ହୋଇ
ବୁଝେ ମନର ବେଦନା
ଅବୁଝା ନାୟିକା ହୋଇ
କେବେ କରେନି ଛଳନା
ହସି ସିଏ ହସାଏ ଦୁନିଆ
ନାରୀ
ସେ ତ୍ୟାଗୀ ସେ ମହାତ୍ମା
ସ୍ବର୍ଗୀୟ ତା ହୃଦୟ
ଅସହ୍ୟ ଯନ୍ତ୍ରଣାକୁ କଟିପାରେ ସହ୍ୟ
ସତରେ ସେ ଖୁବ ମହାନ ।।