ସିଏ ହିଁ ସ୍ୱର୍ଗ ମୋର
ସିଏ ହିଁ ସ୍ୱର୍ଗ ମୋର
ମା' ପ୍ରେମ ଠାରୁ ସୁମଧୁର ପ୍ରେମ
ଆଉ ଅଛି କିସ ଏ ସଂସାରେ,
ତା' ସ୍ନେହ ଯଦି ଅଛି ମୋ ପାଖରେ
ମୁ ବିପଦକୁ କାହିଁ ଡରେ !
ମା' ମମତାରେ ଭରି ରହିଅଛି
ଦୁନିଆ ର ସବୁ ସୁଖ,
ସିଏ ଥାଉ-ଥାଉ ମୋ ଜୀବନରେ
ମତେ କେମିତି ଛୁଇଁବ ଦୁଃଖ !
ବଦଳୁଛି ମନ,ବଦଳେ ସମୟ
ଆଉ ବଦଳିଛି ଏଇ ଦୁନିଆ,
ବଦଳିଛି କେତେ ସ୍ନେହ-ପ୍ରେମର ବାହାନା
ହେଲେ ବଦଳିନି ଜମା ମୋ ମା' ।
ସନ୍ତାନ ଲୁହରେ ହୁଏ ଯିଏ ଦୁଖୀ
ତା'ର ଲୁହରେ ଝରେ ପ୍ରେମର ଜ୍ୟୋତି,
ନୀତି ଶେଯପାରି ସିଏ ଶୁଆଏ ମତେ
ଗପରେ-ସପରେ ଶୁଣାଇ ଗୀତି ।
ତାର ପଣତ କାନି ମୋ କୋଳ ଆଶ୍ରୟ
ନାହିଁ ତ ଜମାରୁ ଦୁଃଖର ଡର ,
ସିଏ ପାଖେଥିଲେ ମୁହିଁ ନିର୍ଭୟ
ବାସ୍ତବେ ସିଏ ହିଁ ସ୍ୱର୍ଗ ମୋର ।