ସିଧାକଥା
ସିଧାକଥା
ଭାରି ମିଠା ଲାଗେ ତୁମ ସିଧାକଥା
ମଧୁର ମଞ୍ଜୁଳ ବାଣୀ,
ହୃୃୃୃୃୃୃୃୃୃଦୟ ଭିତର ଆନନ୍ଦ ସବୁକୁ
ବାହାରକୁ ଆଣେ ଟାଣି |୧|
ଓଠରୁ ଝରଇ ଅମୃୃୃୃୃୃୃୃୃୃୃତର ବାଣୀ
ସତେ କି ଗଙ୍ଗାର ଧାର,
ସେହି ଧାରଟିରେ ବହି ଯାଉଥାଇ
ମୋ ଜୀବନ ପୁଣ୍ୟ ଝର |୨|
ମୁଖରେ ସୁମିଷ୍ଟ ବଚନ ଅମୃୃୃୃୃୃୃୃୃୃତ
ହରେ ଦୁଃଖ ଜୀବନର ,
ପରମ ଆନନ୍ଦ ଲଭେ ଜୀବନରେ
ପରମ ଆନନ୍ଦପୁର |୩|
ଜଗତ ଜଞ୍ଜାଳ ମୋହରି ଜୀବନ
ତୁମେ ଅମୃୃୃୃୃୃୃୃୃୃୃୃତର ଝର,
ତୁମରି କୃୃୃୃୃୃୃୃୃୃୃପାରେ ଅବଶ୍ୟ ଲଭିବି
ଦେବୋପମ ସତ୍ୟଧାର |୪|
ମୁଁ ଯେ ଏ ମାଟିର ଛୋଟ ମଣିଷଟେ
ତୁମେ ବୈକୁଣ୍ଠର ଦେବ,
ମୋର ଛୋଟ ହାତ ପହଞ୍ଚି ପାରେନା
କିବା ଲାଭ ତାହା ହେବ |୫|
ଫୁଲର ବାସନା ପବନରେ ଝରେ
ତୁମ ସିଧା ପରଶରେ
ପରଶକୁ ଲଭି ଆନନ୍ଦ ଲଭଇ
ତୁମରି କୁରୁପା ଭରେ |୬|
ଖଞ୍ଜିଅଛ ଜଳ ସ୍ଥଳ ଆକାଶରେ
ମଣିଷ ପାଇଁକି ସବୁ,
ସେ ସବୁ ଭୁଞ୍ଜୁଛୁ ତୁମରି ଦୟାରେ
ତୁମରି କରୁଣା ହେତୁ |୭|
ଏ ମାୟା ସଂସାର ଅଟେ ସିନା ଘୋର
ବିପଦ ସଂପଦ କାଳ,
ପ୍ରଭୁ ପଦ ବିନା ନ ଲାଗଇ ମନ
ସବୁ ତ ତୁମରି ବଳ |୮|
ମୋ ହୃୃୃୃୃୃୃୃୃୃୃୃଦୟେ ଦିଅ ଅଶେଷ ଶକତି
ଯହିଁରେ ସେବିବି ପଦ,
ତେବେ ଯାଇ ସିନା ଶ୍ରୀପଦ ଲଭିବି
ପାଇବି ତହିଁର ଭେଦ |୯|
ସିଧାକଥା ମୋର ଶୁଣିବ ହେ ପ୍ରଭୁ
ଟିକିଏ ଆଶିଷ ଦେବ,
ତୁମ କରୁଣାରୁ କିଞ୍ଚିତ ପାଇଲେ
ହୃୃୃୃୃୃୃୃୃୃୃୃୃୃୃଦୟ ଧନ୍ୟ ହୋଇବ |୧୦|