Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ସିଧାକଥା - ୬୫

ସିଧାକଥା - ୬୫

1 min
153



ସୃଷ୍ଟି ରକ୍ଷାକରି ଧାରଣକାରୀଙ୍କୁ କୁହାଯାଏ ସିନା ଧର୍ମ,

ସେହି ଧର୍ମନାମେ ଅଧର୍ମୀ ମଣିଷ କରେ କେତେ ପାପକର୍ମ |

 

ମଥା ନଇଁବାରେ ଜାଣି ହାରିବାରେ ଟାଣ ହୋଇଥାଏ ପ୍ରେମ,

ବାରବାର ଯଦି ମଥା ନତକରି କରିବାକୁ ହୁଏ କାମ |

 

ନଜର ପକାଇ ମଥାକୁ ଉଠାଇ ଦେଖାଇବା ତରବାରୀ,

ଲୋଡ଼ାନାହିଁ ପ୍ରେମ ରଖି ରାଜଧର୍ମ ହେବା ନିଜେ ଦଣ୍ଡଧାରୀ |

 

ସୁନ୍ଦର ଜୀବନ ବଳେ ଆସେ ନାହିଁ ଧରି ଆଣିବାକୁ ହୁଏ,

ତ୍ୟାଗ ପ୍ରେମ ସେବା ପରଉପକାର ସୁନ୍ଦରତାକୁ ବଢ଼ାଏ |

 

ଆମେ ହିଁ ଆମର ଜୀବନୀ ଲେଖକ, ସତ୍ୟ ତର୍କ ଶୁଦ୍ଧ ରଖି,

ଆବର୍ଜନା କାଢ଼ି ଜୀବନ ଖାତାରେ ଭଲକଥା ଦେବା ଯୋଖି |

 

ବନ୍ଧୁତା ରକ୍ଷାର ମୂଳସୂତ୍ର ଦୁଇ ଗୋଟିଏ ସମାନ ଭାବ,

ଦ୍ଵିତୀୟରେ ପରସ୍ପରର ଯୁକ୍ତିକୁ ଗ୍ରହଣ ବି କରୁଥିବ |



Rate this content
Log in