ସିଧାକଥା-60
ସିଧାକଥା-60
ଲୋତକରେ ଭରା ଆଖି ବେଳେବେଳେ ସୁଖକଥା କହିଦିଏ,
ବେଳେବେଳେ ପୁଣି ବିକଳ ହସରେ ଛାତିଫଟା ଦୁଃଖ ଥାଏ |
ହାରି ଯାଉଥିବା ଦୋଷ କରୁଥିବା ପାଉଥିବା ଅପମାନ,
ଆମ ଜୀବନର ସମୃଦ୍ଧି ପଥରେ ଏହା ଅତି ସାଧାରଣ |
ଆମରି ପଛରେ କହୁଥିବେ ଲୋକେ ତିନୋଟି କାରଣ ପାଇଁ,
ଆମପରି ସିଏ ଉଚ୍ଚ ସୋପାନରେ ପହଞ୍ଚି ପାରିଲେ ନାହିଁ |
ଆମଠାରୁ କିଛି ଆଶାରଖି ପୁଣି ପାରିନାହିଁ କିଏ ନେଇ ,
ତୃତୀୟ ଲୋକଟି ଭୟାଳୁ ନିଶ୍ଚୟ ପାରେନା ମୁହଁରେ କହି |
ସମସ୍ତଙ୍କଠାରୁ ଅଳପ ବହୁତ ଶିଖିବାର କିଛି ଅଛି,
ଖରାପକୁ ତେଜି ତାଙ୍କଠାରେ ଥିବା ଭଲତକ ନେବା ବାଛି |
ବୁଝିବା ଲୋକଠୁ ବୁଝେଇବା ଲୋକ ସଂଖ୍ୟା ବଢ଼ିବଢ଼ି ଯାଏ ,
ଜ୍ଞାନୀ ଗୁଣୀ ବୁଦ୍ଧିମାନ ଥାଉଥାଉ ମୂର୍ଖ ପ୍ରବଚନ ଦିଏ |
